jayashree

ବିପଦମୁଖରେ ମା’ ପାଟଣେଶ୍ୱରୀ ମନ୍ଦିରର ଗମ୍ଭୀରା ଘର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭୀରା ଘର ମରାମତି କେବେ ହେବ ? କମିଟିର ଅନୁରୋଧକ୍ରମେ ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓଙ୍କ ପରିଦର୍ଶନ ବଲାଙ୍ଗିର,୧୭/୮ – ପାଟଣା ରାଜ୍ୟର ଅଧିଷ୍ଠାତୀ ମା’ ପାଟଣେଶ୍ୱରୀ ଦେବୀଙ୍କ ମନ୍ଦିର ଦୀର୍ଘ ଦିନ ଗମ୍ଭୀରାଘର ମରାମତି ନେଇ ଦେବାଳୟ ଐତିହ୍ୟ ସୁରକ୍ଷା କମିଟି ଦେବୋତ୍ତର ବିଭାଗ ଜିଲ୍ଲାପ୍ରଶାସନ ବିଭିନ୍ନ ବୈଠକ କରି ଦୃଷ୍ଟି ଆକର୍ଷଣ କରିଛି ତଥାପି ସମାଧାନର ରାସ୍ତା ଫିଟିନି । ଆଉ କିଛି ଦିନ ଗଲେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ଗଡର ଇଷ୍ଟଦେବୀ ମା’ ପାଟଣେଶ୍ୱରୀ ଦେବୀଙ୍କ ପରଭା ଭଗ୍ନ ଅବସ୍ଥାରେ ଥିବାରୁ ଏ ନେଇ ଏଣ୍ଡୋମେଣ୍ଟ କମିଶନର ଗତ ୧୫ ଦିନ ତଳେ ରିପୋର୍ଟ ପ୍ରଦାନ କରିଛନ୍ତି । ଆଉ କିଛି ଦିନ ପରେ ନୂଆଖାଇ ପାଇଁ ମନ୍ଦିରମାନଙ୍କ ପାଇଁ ସଜ୍ଜାସଜ୍ଜି ହେଉଥିବା ବେଳେ ନୂଆ ଧାନ ଓ ବିଭିନ୍ନ ସାମଗ୍ରୀ ମା’ଙ୍କୁ ଅର୍ପଣ କରାଯାଏ । ମନ୍ଦିରର ଭଗ୍ନ ହୋଇଥିବା ପରଭା ମରାମତି ନ ହୋଇଥିବାରୁ ମା’ଙ୍କ ନୀତିନିଖଣ୍ଟ ବାଧା ସାଜୁଛି । ଏ ନେଇ ଗତ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ପୂର୍ତ୍ତ ବିଭାଗକୁ ପତ୍ର ସଂଖ୍ୟା ୧୨୪୬ / ୨୦୨୬ ପୂର୍ତ୍ତ ବିଭାଗ ପାଇଁ ଡିପିଆର ପ୍ରସ୍ତୁତି ପାଇଁ ଏକ ପତ୍ର ଲେଖିଥିଲେ । ଏ ଯାଏଁ ପୂର୍ତ୍ତ ବିଭାଗର କୌଣସି କର୍ମକର୍ତ୍ତା ଆସିନାହାନ୍ତି । ଦେବାଳୟ ଓ ଐତିହ୍ୟ ସୁରକ୍ଷା କମିଟି ଏ ନେଇ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ମା’ ପାଟଣେଶ୍ୱରୀ ମନ୍ଦିରର ଗମ୍ଭୀରା ଘର ମରାମତି ନିମନ୍ତେ ପତ୍ର ସଂଖ୍ୟା ୨୬୨/୦୯.୦୭.୨୦୨୬ରେ କମିଟିକୁ ଦାବି ପ୍ରଦାନ କରାଯାଇଥିଲା । ଏ ନେଇ କିଛି କାର୍ଯ୍ୟକାରୀ ନ ହେବାରୁ ଆଗକୁ ନୂଆଖାଇ ଓ ଦଶହରା ପର୍ବ ଗଡର ଇଷ୍ଟଦେବୀ ବିପଦମୁଖରେ । କମିଟିର ଅନୁରୋଧକ୍ରମେ ପୂର୍ବତନ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ ମନ୍ଦିର ପରିଦର୍ଶନ କରିଥିଲେ ଓ କମିଟି ସହ ବିଭିନ୍ନ ବିଷୟ ଆଲୋଚନା କରି ତୁରନ୍ତ କିଭଳି ମରାମତି ହେବ ଓ କାର୍ଯ୍ୟକାରୀ ହେବ ବୋଲି ସେ କମିଟି ସହ ଆଲୋଚନା କରିଥିଲେ । ବଲାଙ୍ଗିର ବିଧାୟକଙ୍କ ସହ ଆଲୋଚନା କରି ତୁରନ୍ତ କିଭଳି ମନ୍ଦିର କାର୍ଯ୍ୟ ହେବ ବୋଲି ସେ କହିଛନ୍ତି । ଦେବାଳୟର ଐତିହ୍ୟ ସୁରକ୍ଷା କମିଟିର ସଂପାଦକ ପ୍ରଶାନ୍ତ ମହାକୁର, କୋଷାଧ୍ୟକ୍ଷ ଭବାନି ଶଙ୍କର ଭୋଇ, ମନ୍ଦିର ପୂଜକ ମଳୟ ଦିଶ୍ରୀ, ଯୁବ ନେତା ବୁଲୁ ବେହେରା ସମେତ କମିଟିର ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.