କରୋନା କଟକଣା ନିୟମ ମଧ୍ୟରେ ପାଳିତ ହେଲା ଗଜଲକ୍ଷ୍ମୀ ପୂଜା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତର କଛାରପାଲିରେ ଥିବା ପ୍ରଗତି ଯୁବକ ସଂଘ ଆନୁକୂଲ୍ୟରେ ହେଉଥିବା ଗଜଲକ୍ଷ୍ମୀ ପୂଜା ନିରାଡ଼ମ୍ବରରେ କୋଭିଡ କଟକଣା ଭିତରେ ପାଳିତ ହୋଇଯାଇଛି। ପଣ୍ଡିତ ବାଳକୃଷ୍ଣ କର ପୂଜା କାର୍ୟ୍ୟ ସମ୍ପାଦନା କରିଥିବା ବେଳେ ଜଗଦୀଶ ସାହୁ କର୍ତ୍ତା ଦାୟିତ୍ୱ ନେଇଥିଲେ । ପୂଜା କମିଟି ସଭାପତି ଶ୍ରୀନାଥ ସାହୁ, ସମ୍ପାଦକ ଶେଷଦେବ ମେର୍ଲ୍ଲୀ, କୋଷା ଦ୍ୟକ୍ଷା ରମେଶ ସାହୁ, ସହ ସମ୍ପାଦକ ସ୍ୱାଧୀନ ବସ୍ତିଆ, ପ୍ରମୁଖଙ୍କୁ ଚୟନ କରାଯାଇଥିବା ବେଳେ ସୁରେନ୍ଦ୍ର ସାହୁ, ସୁମନ୍ତ ସାହୁ , ଜନ୍ମୟଜ ସାହୁ, କୁଶ ସାହୁ, ଇଲୁ ମହାକୁଡ଼ଙ୍କ ସହ ପ୍ରଗତି ଯୁବକ ସଂଘର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । କୋଭିଡ କଟକଣା ଥିବାରୁ ଚଳିତ ବର୍ଷର ପୂଜା କ୍ଳବ କାର୍ୟ୍ୟାଳୟ ଭିତରେ ଅନୁଷ୍ଠିତ ହୋଇଥିଲା। ସେହିପରି କୁରୁଆଝରରେ ମଧ୍ୟ କୋଭିଡ କଟକଣା ଭିତରେ ପୂଜା ଅନୁଷ୍ଠିତ ହୋଇଯାଇଛି ।

Leave A Reply

Your email address will not be published.