ଅଗସ୍ତିନୂଆଗାଁ ଶିଖରସାହି ପୂଜା କମିଟି ପକ୍ଷରୁ ଗଜଲକ୍ଷ୍ମୀ ପୂଜା ଆରମ୍ଭ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଅଗସ୍ତିନୂଆଗାଁ ଶିଖର ସାହି ପୂଜା କମିଟି ପକ୍ଷରୁ ନିଜସ୍ୱ ପୂଜା ମଣ୍ଡପରେ ମଙ୍ଗଳବାର ସନ୍ଧ୍ୟାଠାରୁ ମା’ ଗଜଲକ୍ଷ୍ମୀଙ୍କ ପୂଜା ଆବାହନ ହୋଇଯାଇଛି । ମା’ ଗଜଲକ୍ଷ୍ମୀଙ୍କ ପୂଜା ଏହି ମଣ୍ଡପରେ ଦୀର୍ଘ ୩୫ ବର୍ଷ ଧରି ହୋଇଆସୁଛି । ଏଥିପାଇଁ ସମଗ୍ର ଅଗସ୍ତିନୂଆଗାଁ ସହ ଆଖପାଖ ଅଞ୍ଚଳ ଗାଁ ଉତ୍ସବ ମୁଖର ହୋଇଉଠିଛି । ପ୍ରତ୍ୟେକ ଦିନ ମା’ଙ୍କ ଅଭିନବ ରୂପ ଦର୍ଶନ ସାଙ୍ଗକୁ ସନ୍ଧ୍ୟା ଆଳତି, ବାହ୍ୟ କୁମ୍ଭ ପୂଜା, ହୋମ ଇତ୍ୟାଦି କାର୍ଯ୍ୟକ୍ରମ ପାରମ୍ପରୀକ ରୀତିନୀତି ଅନୁସାରେ ହେବା ସହ କରୋନା ମାର୍ଗଦର୍ଶିକା ଆଧାରରେ ପୂଜାବିଧି ହେବ ବୋଲି ଆୟୋଜନ କମିଟି ତରଫରୁ ସୂଚନା ମିଳିଛି । ମଧ୍ୟାହ୍ନରେ ଗ୍ରାମ୍ୟବନ୍ଧରୁ କଳସ ଯାତ୍ରା କରି ପୂଜା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ତାପରେ ମହାଆଳତୀ, ବାହ୍ୟ କୁମ୍ଭପୂଜା, ହୋମ ଏବଂ ସର୍ବଶେଷରେ ମହାପୂଜା ଅନୁଷ୍ଠିତ ହେବ । ଏହି ପୂଜା ପଣ୍ଡିତ କେଦାର ପଣ୍ଡା ଏବଂ ତାଙ୍କ ଜ୍ୟେଷ୍ଠ ପୁତ୍ର ସୁମନ କୁମାର ପଣ୍ଡାଙ୍କ ପୌରହତ୍ୟରେ ସମ୍ପାଦନ ହୋଇଥିବା ବେଳେ କର୍ତା ଭାବେ ବିଜୟ ନାହାକ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବସନ୍ତ କୁମାର ନାହାକ, ରଞ୍ଜନ ନାହାକ, କାଳିଆ ଗୌଡ଼, ଅନୀଲ ପଲାଇ, ଗଣେଶ ଗୌଡ଼, ଗଜି ଗୌଡ଼, ଲକ୍ଷଣ ପଲେଇ, ବିକ୍ରମ ପଲାଇ, ଶିଶୁପାଳ ପରିଡା ପ୍ରଭୁତି ପୂଜା କାଯ୍ୟ ସମ୍ପାଦନ କରୁଛନ୍ତି । ପ୍ରତ୍ୟେକ ସନ୍ଧ୍ୟାରେ ଜଗନ୍ନାଥ ସଂକୀର୍ତ୍ତନ ମଣ୍ଡଳୀଙ୍କ ସଦସ୍ୟଙ୍କ ଦ୍ୱାରା ଆଳତୀ ସହ ଭଜନ ପରିବେଷଣ କରାଯିବା ସହ ଭଷାଣି ୨୩ ତାରିଖରେ ହେବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

three + 12 =