jsm

କୁଲିଆରୀ ଠାରେ ନୂତନ ଅପରାଧିକ ଆଇନ ଉପରେ ଗାଇସିଲେଟ ପୋଲିସ ପକ୍ଷରୁ ସଚେତନତା ଶିବିର

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୂତନ ଅପରାଧିକ ଆଇନ ଉପରେ ଗାଇସିଲେଟ ପୋଲିସ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ସଂସଦରେ ପାରିତ ଭାରତୀୟ ଦଣ୍ଡ ସଂହିତା, ନାଗରିକ ସଂହିତା, ଓ ସାକ୍ଷ୍ୟ ବିଧି ଆଇନ ଲାଗୁ ହେବା ପରିପ୍ରେକ୍ଷୀରେ ଗାଇସିଲେଟ ଥାନା ପୋଲିସ ପକ୍ଷରୁ ଏକ ସଚେତନତା ଶିବିର ସ୍ଥାନୀୟ ସଚେତନ ନାଗରିକ, ପଞ୍ଚାୟତ ସଦସ୍ୟ, ସାମ୍ବାଦିକ ଓ ବୁଦ୍ଧିଜୀବିମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଥାନା ଭାରପ୍ରାପ୍ତ ଅଧିକାରୀ ହରିଶଙ୍କର ଭୋଇ ଅଧ୍ୟକ୍ଷତା କରିଥିବାବେଳେ ସମ୍ମାନିତ ଅତିଥି ଭାବରେ କଟାବାହାଲ ସରପଞ୍ଚ ଅର୍ପିତା ପଣ୍ଡା, ସାମ୍ବାଦିକ ସୁଶାନ୍ତ ପଣ୍ଡା ଯୋଗଦେଇ ନୂତନ ଆଇନର ଉପଯୋଗିତା ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ । ବ୍ରିଟିଶ ଅମଳରୁ ବଳବତ୍ତର ଥିବା ଏହି ଆଇନ ସାମ୍ପ୍ରତିକ ସାମାଜିକ ସମସ୍ୟା ପରିପ୍ରେକ୍ଷୀରେ କ୍ରମବର୍ଦ୍ଧିଷ୍ଣୁ ଅପରାଧର ନିରାକରଣ ପାଇଁ ସହାୟକ ହେବ ବୋଲି ମତାମତ ପ୍ରକାଶ ପାଇଥିବା ବେଳେ ମାନବିକ ଅଧିକାର ତଥା ନାଗରିକଙ୍କ ଅଧିକାରର ସୁରକ୍ଷା ଉପରେ ମଧ୍ୟ ପ୍ରଶ୍ନ ଉଠାଯାଇଥିଲା । ପ୍ରମୁଖ ଗ୍ରାମବାସୀ ବିଭିନ୍ନ ଆଇନ ସମସ୍ୟା ଉପରେ ଥାନା କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଥାନାର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ସବଇନ୍ସପେକ୍ଟର ପ୍ରଦୀପ ତ୍ରିପାଠୀ ସ୍ଵାଗତ ଅଭିଭାଷଣ ଓ ଧନ୍ୟବାଦ ପ୍ରଦାନ କରିଥିଲେ ।

yuvodaya
Leave A Reply

Your email address will not be published.