pakka

ବିଲାଇସାଥୀ ଗ୍ରାମରେ ବଜ୍ରାଘାତ ଯୋଗୁଁ ତିନି ଜର୍ସି ଗାଈ ମୃତ : ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଥାନା ବିଲାଇସାଥୀ ଗ୍ରାମରେ ଗତକାଲି ସନ୍ଧ୍ୟା ପ୍ରାୟ ୫ ଘଣ୍ଟା ସମୟରେ ଝଡ ତୁଫାନ ଘଡଘଡିରେ ଗ୍ରାମର ତେନ୍ତୁଳି ଗଛ ତଳେ ତିନି ଜର୍ସି ଗାଈ ରହିଥିବା ବେଳେ ହଠାତ୍ ବଜ୍ରପାତ ଯୋଗୁଁ ତିନି ଜର୍ସି ଗାଈଙ୍କ ଗଛ ତଳରେ ହିଁ ମୃତ୍ୟୁ ଘଟିଥିଲା । ଉକ୍ତ ଗାଈ ଗୁଡିକ ବିଲାଇସାଥୀ ଗ୍ରାମର ନିତ୍ୟାନନ୍ଦ ବେହେରାଙ୍କ ବୋଲି ଜଣାପଡିଛି । ଗୋଟିଏ ଗାଈ ୨୦ ହଜାର ଲେଖାଏଁ ତିନି ଗାଈକୁ ୬୦ ହଜାର ଟଙ୍କା ଦେଇ କିଣିଥିଲେ ବୋଲି ନିତ୍ୟାନନ୍ଦ ବେହେରା କହିଛନ୍ତି । ଧାରକରଜ କରି ଗାଈ କିଣିଥିଲେ ବୋଲି ଚାଷୀ ଶ୍ରୀ ବହେରା କହିବା ସହ ତାଙ୍କର ବହୁ କ୍ଷତି ଘଟିଛି ବୋଲି କୋହଭରା କଣ୍ଠରେ କହିଛନ୍ତି । ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସେ ଦାବୀ କରିଛନ୍ତି ।

Leave A Reply

Your email address will not be published.

7 + 18 =