ସିନାପାଲିରେ ଗଡ଼ିଲା ସଚେତନତା ରଥ

ନୂଆପଡା, (ପି.କେ.ସାହୁ) : ସିନାପାଲି ବ୍ଲକ କୃଷି ବିଭାଗରୁ ମାଣ୍ଡିଆ ପାଇଁ ଜିଲ୍ଲାଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସିନାପାଲି ବ୍ଲକ କୃଷି ଅଧିକାରୀ ସୁଧାଂଶୁ ମେହେର ମଣ୍ଡିଆ ସଚେତନତା ରଥ ଶୁଭାରମ୍ଭ କରିଛନ୍ତି । ମଣ୍ଡିରେ ମାଣ୍ଡିଆ କିଣିବେ ବୋଲି ସିନାପାଲି ଅଞ୍ଚଳର ବିଭିନ୍ନ ଗାଁରେ ଏକ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନତା ରଥ ଗତ ବୁଧବାର ଦିନ ଠାରୁ ବାର୍ତ୍ତା ଦେଉଛନ୍ତି । ବ୍ଲକ୍‌ର ସିନାପାଲି, ହାତିବନ୍ଧ, ନିଲଜି ଓ କେନ୍ଦୁମୁଣ୍ଡା ପଞ୍ଚାୟତରେ ମାଣ୍ଡିଆ ମଣ୍ଡି ଆସନ୍ତା ୧୫ଡିସେମ୍ବର ଶୁଭଉଦ୍‌ଘାଟନ କରି ୩୧ ମାର୍ଚ୍ଚ ପର୍ୟ୍ୟନ୍ତ ଚାଲୁ ରହିବ । କୁଇଣ୍ଟାଲ ପ୍ରତି ୩୨୯୫ ଟଙ୍କାରେ ମାଣ୍ଡିଆ କିଣାଯିବ । ବୁଲେଟ ବାଣ୍ଟି ଲୋକଙ୍କୁ ବିଭିନ୍ନ ପ୍ରକାର ଲାଭ ଦାୟକ ମାଣ୍ଡିଆ ପ୍ରତି ସଚେତନ କରାଯାଉଛି । ସହଭାଗୀ ବିକାଶ ଅଭିଯନ ଏକ ଏନ୍‌ଜିଓ ତରଫରୁ ଏହି ରଥଟି ଅୟୋଜନ କରାଯାଇଛି । ବ୍ଲକ ଅଧିକାରୀ ଶ୍ରୀମେହେର ଶୁଭାରମ୍ଭ କରିଥିବା ବେଳେ ବ୍ଲକ ଟେକ୍ନୋଲୋଜି ମ୍ୟାନେଜର ଅରୁଣ ଧାକଣ, ଆସିଷ୍ଟାଣ୍ଡ ଟେକ୍ନୋଲୋଜି ମ୍ୟାନେଜର ଦିବାକର ବିଶି ଓ ବିନାୟକ ନାଏକ, କୃଷି ଅଧ ପରିଦର୍ଶକ ବଂଶୀଧର ସାହୁ, କୃଷକସାଥୀ ଚିମିତ୍ର ଖର୍ସଲ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.