ବିକାଶ ଯୋଜନାରେ ତାଲିମ ପ୍ରଦାନ

ଗୁଡ଼ଭେଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଗୁଡ଼ଭେଳା ବ୍ଳକ ଜାମୁଟ ପଞ୍ଚାୟତ କାର୍ୟ୍ୟାଳୟ ପରିସରରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ଷ୍ଟିଲ ଇଣ୍ଡିଆ ମିଶନ ତରଫରୁ ଜୈବିକ କୃଷି ଉପରେ ତାଲିମ ପ୍ରାପ୍ତ ୪୦ଜଣ ଚାଷୀଙ୍କୁ ତାଲିମ ଦିଆଯାଇଥିଲା । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୁଡ଼ଭେଲା ବ୍ଳକ ଅଧ୍ୟକ୍ଷ ଅଶୋକ ଚନ୍ଦ୍ର ଦୋରା ଯୋଗ ଦେଇଥିବା ବେଳେ ବ୍ଳକ ଉପାଧ୍ୟକ୍ଷା ନଳିନୀ ସେଠ ଉପସ୍ଥିତ ଥିଲେ । ଶେଷରେ ଲକ୍ଷ୍ମଣ ରଣା ଧନ୍ୟବାଦ ଅର୍ପଣ କରିଥିଲେ। ଚାଷୀ ଦୁଃଖମନ ରଣା, ସଞ୍ଜିତ ରଣା, ଜୟ କର୍ଣ୍ଣ ରଣା, କୈଳାସ ମାଝୀ, ବିଶ୍ଵାମିତ୍ର ଭୋଇ ପ୍ରମୁଖ ଚାଷୀଙ୍କୁ ଏକ ପ୍ରମାଣପତ୍ର ସହ ମାସ୍କ, ଟୋପି ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.