ଲାଞ୍ଜିଗଡ଼ ଯୁବକ ସଂଘର ୨୮ତମ ବାର୍ଷିକ ଉତ୍ସବ ପାଲିତ

କଳାହାଣ୍ଡି, (ପି.କେ.ସାହୁ) : ଲାଞ୍ଜିଗଡ଼ ହାଇସ୍କୁଲ ପଡ଼ିଆରେ ଥିବା ନୂତନ କମ୍ୟୁନିଟି ହଲ ଠାରେ ଲାଞ୍ଜିଗଡ଼ ଯୁବକ ସଂଘ ପକ୍ଷରୁ ୨୮ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ସଂଘର ସଭାପତି ହିମାଦ୍ରୀ ପେଶନିଆଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ୟ୍ୟକ୍ରମରେ ହରିହର ସାଂସ୍କୃତିକ ଅନୁଷ୍ଠାନ ଲାଞ୍ଜିଗଡ଼ର ସଭାପତି ରାଜେନ୍ଦ୍ର ପ୍ରତାପ ସିଂ ଦେଓ, ସମ୍ପାଦକ କାମରାଜ ଦଳବେହେରା, ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ୱଜ ପେଶନିଆ, ଶ୍ରୀମୁଖ ଅଗସ୍ତି ପ୍ରମୂଖ ଅତିଥିଭାବେ ଯୋଗ ଦେଇଥିଲେ ।
ଚଳିତ ବର୍ଷ କୋଭିତ-୧୯ କଟକଣା ଯୋଗୁଁ ସାଂସ୍କୃତିକ କାର୍ୟ୍ୟକ୍ରମକୁ ବନ୍ଦ କରାଯାଇଥିଲା । ଲାଞ୍ଜିଗଡ଼ ଯୁବକ ସଂଘ ସମ୍ପାଦକ ଭୁପେନ୍ଦ୍ର ମହାରଥା, ଏମ୍. ଚନ୍ଦ୍ର ଶେଖର, ସୁମନ୍ତ ଦଳବେହେରା, ଜୟନ୍ତ ମହାଖୁଡ଼, ନରେନ୍ଦ୍ର ପ୍ରଧାନୀ, ଭଗବାନ ହୋତା, କାର୍ତିକ ଓଡ଼ିଆ, ରାଘବ ଗହୀର, ଅନାମୁ ନାଏକ, ଅନଙ୍ଗ ସେଠ ଓ ଯୁବକ ସଂଘର ସମସ୍ତ କର୍ମକର୍ତ୍ତା କାର୍ୟ୍ୟକ୍ରମରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.