ବଲାଙ୍ଗିର ରାଜ୍ୟ ରାଜପଥ ନଂ.୪୨ କୁର୍ଲିଠାରେ ବିରାଟ ଗାତ : ଯଥାଶୀଘ୍ର ମରାମତି ଦାବୀ

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି-ବଲାଙ୍ଗିର ଜିଲ୍ଲା ସଦର ମହକୁମାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ନଂ.୪୨ ଚଳିତ ବର୍ଷା ଋତୁରେ ସ୍ଥାନେ ସ୍ଥାନେ ବିରାଟ ଗାତମାନ ହୋଇଛି । ରାସ୍ତାର ଉଭୟ ପାଶ୍ୱର୍ଗୁଡିକରେ ଗାତ ମାନ ହୋଇଥିବାରୁ ଦୈନିକ ଛୋଟବଡ ଦୁର୍ଘଟଣାମାନ ହେଉଛି । ଏପରିକି ବର୍ଷା ଋତୁ ପରେ ମରମତି କାର୍ଯ୍ୟ କରାଯାଇ ନ ଥିବାରୁ ରାଜ୍ୟରାଜ ପଥରେ ଦୈନିକ ହଜାର ହଜାର ସଂଖ୍ୟାରେ ଯାତାୟତ କରୁଥିବା ଯାନବାହାନ ଏବଂ ପଥିକ ଦୁର୍ଘଟଣା ହେବାର ଦେଖାଯାଉଛି । କଂଟାବାଂଜିରୁ ବଲାଙ୍ଗିର ଅଭିମୁଖେ କୁର୍ଲି ଧୋବ୍‌ ଘଟେନ ମଂଦିର ନିକଟରେ ଏକ ବିରାଟ ଗାତ ରାଜପଥ ପାଶ୍ୱର୍ରେ ହୋଇଥିବାରୁ ଦୁର୍ଘଟଣା ହେବାର ସମ୍ଭାବନାକୁ ଏଡାଇବା ପାଇଁ ଯଥା ଶୀଘ୍ର ମରାମତି କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ କରାଯାଉଛି ।

Leave A Reply

Your email address will not be published.