ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ବୌଦ୍ଧ ଯୁବ ସମାଜ ପକ୍ଷରୁ କ୍ୟାଣ୍ତେଲ ଶୋଭାଯାତ୍ରା

ବୌଦ୍ଧ, (ବଂଶୀଧର ମାଝୀ) : ହତ୍ୟାକାଣ୍ତର ଶିକାର ହୋଇଥିବା ଯୁବ ବ୍ୟବସାୟୀ ସ୍ବର୍ଗତ ପ୍ରମୋଦ ପ୍ରସାଦ(ରାଜା)ଙ୍କ ଆତ୍ମାର ସଦଗତି ନିମନ୍ତେ ଏବଂ କରୋନାରେ ପ୍ରାଣ ହରାଇ ଥିବା ଚିକିତ୍ସକ ବିଶ୍ବନାଥ ରାଉତଙ୍କୁ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ବୌଦ୍ଧ ଯୁବ ସମାଜ ପକ୍ଷରୁ ରବିବାର ସନ୍ଧ୍ୟା ୬ ଘଣ୍ଟା ସମୟରେ ଶତାଧିକ ଯୁବକ ଜ୍ଵଳନ୍ତ ମହମବତୀ ଧରି ବିଶାଳ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ଗାନ୍ଧୀଛକ ଠାରେ ପହଞ୍ଚି ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ପାଖରେ ମହମବତୀ ସ୍ଥାପନ କରିବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ । ଏହା ସହ ରାଜା ମୃତ୍ୟୁ ଘଟଣାର ଅଭିଯୁକ୍ତ ଦେଇଥିବା ତଥ୍ୟକୁ ନିନ୍ଦା କରିଥିଲେ ଏବଂ ଉଚ୍ଚସ୍ତରୀୟ ତଦନ୍ତ ଦାବୀ କରିଥିଲେ ।

Leave A Reply

Your email address will not be published.