ଗଛରେ ପିଟି ହୋଇ ବାଇକ ଆରୋହୀ ମୃତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଥାନା କନ୍ଦାଜୁରୀ ଛକ ଠାରେ ଆଜି ପୂର୍ବାହ୍ନ ସାଢେ ନଅଟା ରେ ଗଛରେ ପିଟି ହୋଇ ଜନୈକ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ନିକଟସ୍ଥ କୁଟେନପାଲି ଗ୍ରାମର ନିତେଶ କୁମାର ବାଗ(୩୦) । ଆଜି ନିତେଶ କରକଚିଆ ଛକ ଠାରୁ ବାଇକରେ ନିଜ ଘରକୁ ଫେରୁଥିଲେ । ଦ୍ରୁତ ଗତିରେ ସେ ଆସୁଥିବା ବେଳେ କନ୍ଦାଜୁରୀ ଛକ ଠାରେ ଭାରସାମ୍ୟ ହରାଇ ଗଛରେ ପିଟି ହେବା ସହିତ ବିଲକୁ ଛିଟିକି ପଡ଼ିଥିଲେ । ଦୁର୍ଘଟଣା ପରେ ନିତେଶଙ୍କ ମୁଣ୍ଡ ଚେପା ହୋଇଯିବା ସହିତ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ସ୍ଥାନୀୟ ଦମକଳ ବାହିନୀ ନିତେଶଙ୍କ ଶବ ଉଦ୍ଧାର କରି ଲୋଇସିଂହା ଡାକ୍ତରଖାନାକୁ ନେଇଥିଲା । ଲୋଇସିଂହା ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିବାବେଳେ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାଯାଇଛି ।

Leave A Reply

Your email address will not be published.