csstore

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ସଦରବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ଗ୍ରାମ ପଞ୍ଚାୟତ ନିକଟସ୍ଥ ସାଲେପାଲି ଗ୍ରାମର ନରେନ୍ଦ୍ର ପଧାନ ନାମକ ୨୦ ବର୍ଷୀୟ ଯୁବକଙ୍କୁ ଆଜି ଗାଇ ଚରାଇ ଯାଇଥିବା ବେଳେ ପୂର୍ବାହ୍ନ ୧୧ଟା ସମୟରେ ଭାଲୁ ଆକ୍ରମଣ କରିକରିଛି।
ଭାଲୁ ତାଙ୍କୁ ବାରମ୍ବାର ଆକ୍ରମଣ କରିବା ପରେ ଜୀବନ ବଞ୍ଚାଇ ଗାଁ ଭିତରକୁ ଦୌଡିଥିଲେ । ତାପରେ ତାଙ୍କୁ ଗାଁ ଲୋକେ ଉଦ୍ଧାର କରି ସ୍ଥାନୀୟ ଭୀମଭୋଇ ମେଡିକାଲ ହସପିଟାଲରେ ଭର୍ତ୍ତି କରିଛନ୍ତି । ଏବେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ତାଙ୍କର ଶରୀରର ମୁହଁରୁ ପାଦ ପର୍ୟ୍ୟନ୍ତ ଏମିତିକି ଛାତି ପେଟରେ ମଧ୍ୟ ଭାଲୁର ଦାନ୍ତ ନଖ ଚିହ୍ନ ଦେଖିବାକୁ ମିଲିଥିଲା ।
ସେ ଜଣେ ଗରିବ ଘରର ପୁଅ ହୋଇଥିବାରୁ ତାଙ୍କୁ ସରକାରଙ୍କ ତରଫରୁ କିଛି ଆର୍ଥିକ ସହଯୋଗ କରିବାକୁ ତାଙ୍କ ଘରଲୋକେ ଦାବୀ କରିଛନ୍ତି ।

jayashree
Leave A Reply

Your email address will not be published.