ଆଜି ବଲାଙ୍ଗିର ଜିଲ୍ଲାରେ ୧୪ ଆକ୍ରାନ୍ତ : ୧୨ ବଲାଙ୍ଗିର ପୌରାଂଚଳର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୧୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୧୨ ଜଣ ବଲାଙ୍ଗିର ପୌରାଂଚଳର ସାମିଲ୍‌ ଅଛନ୍ତି । ବଲାଙ୍ଗିର ପୌରାଂଚଳର ଗେଟ୍‌ସରବରପଡ଼ାରୁ ୧, ପେଲେସ ଲାଇନରୁ ୨, ରୁଗୁଡ଼ିପଡ଼ାରୁ ୨, ରାଜେନ୍ଦ୍ର କଲେଜରୁ ୧, ସାଗରପଡ଼ାରୁ ୧, ଗାନ୍ଧିନଗରପଡ଼ାରୁ ୨, ସିଭିଲ୍‌କୋର୍ଟ କଲୋନୀରୁ ୧, ସତ୍ୟନାରାୟଣପଡ଼ାରୁ ୧ ଓ ରାଧାରାଣୀପଡ଼ାରୁ ୧ ଚିହ୍ନଟ ହୋଇଥିବା ବେଳେ ପୁଇଁନ୍ତଲା ବ୍ଲକ୍‌ ସାଆନ୍ତପୁରରୁ ୧ ଓ ପୁଇଁନ୍ତଲାରୁ ୧ ଚିହ୍ନଟ ହୋଇଛନ୍ତି । ଏ ସଂକ୍ରାନ୍ତରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.