ଟିଟିଲାଗଡରେ କରୋନା ଡର : ପ୍ରଶାସନ ଉପରୁ ଜନସାଧାରଣଙ୍କ ଭରସା ହଟୁଛି

ଟିଟିଲାଗଡ଼, (ଗୌରବ ଦର୍ଜୀ) : କରୋନା ମହାମାରୀ ଦିନକୁ ଦିନ ସାରା ପୃଥିବୀରେ ତାର କାୟା ବିସ୍ତାର କରିବାକୁ ଲାଗିଛି । ପୃଥିବୀର ପ୍ରାୟତଃ ସମଗ୍ର ଦେଶ କୋରୋନା ମହାମାରୀରେକରୋନା ହୋଇ ପଡିଛନ୍ତି । ଆମ ଦେଶରେ ୩୧ ଲକ୍ଷରୁ ଅଧିକ ଆକ୍ରାନ୍ତ ହୋଇ ୨୪ ଲକ୍ଷରୁ ଅଧିକ ସୁସ୍ଥ ହେଲେଣି । ଆମ ରାଜ୍ୟ ଓଡ଼ିଶା ରେ ୮୧ ହଜାରରୁ ଅଧିକ ଆକ୍ରାନ୍ତ ହୋଇ ୫୬ ହଜାରରୁ ଅଧିକ ସୁସ୍ଥ ହେଲେଣି । କିନ୍ତୁ ବର୍ତ୍ତମାନ ୨୪ ହଜାରରୁ ଅଧିକ କରୋନା ସଂକ୍ରମିତ ରୋଗୀ ଚିକିତ୍ସିତ ହେଉଛନ୍ତି । ବଲାଙ୍ଗୀର ଜିଲ୍ଲାରେ ୧୪୦୦ ଜଣରୁ ଅଧିକ ଆକ୍ରାନ୍ତଙ୍କ ମଧ୍ୟ ରୁ ୮୯୦ ଜଣରୁ ଅଧିକ ରୋଗୀ ସୁସ୍ଥ ହୋଇ ଘରକୁ ଫେରିବା ବେଳକୁ ବର୍ତ୍ତମାନ ୫୩୦ ଜଣରୁ ଅଧିକ ରୋଗୀ ସକ୍ରିୟ ଅଛନ୍ତି।
ବଲାଙ୍ଗୀର ଜିଲ୍ଲାରେ ଦିନକୁ ଦିନ କରୋନା ରୋଗୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସେହିପରି ଟିଟିଲାଗଡ ଅଞ୍ଚଳରେ ମଧ୍ୟ କରୋନା ତାର କାୟା ବିସ୍ତାର କରିବାକୁ ପଛାଉ ନାହିଁ । ପ୍ରତିଦିନ କରୋନା ରୋଗୀ ଚିହ୍ନଟ ହେଉଛନ୍ତି । ଟିଟିଲାଗଡରେ ଏ ପର୍ୟ୍ୟନ୍ତ ୬୦ରୁ ଅଧିକ କରୋନା ରୋଗୀ ଚିହ୍ନଟ ହେଲେଣି । ଟିଟିଲାଗଡ ସରକାରୀ ଡାକ୍ତରଖାନାରେ କରୋନା ପରୀକ୍ଷା ହେବା ବେଳେ ଗତ ଅଗଷ୍ଟ ୧୫ ତାରିଖରୁ ଟିଟିଲାଗଡ ଅଞ୍ଚଳରେ କରୋନା ରୋଗୀ ଅଧିକ ସଂଖ୍ୟକ ଚିହ୍ନଟ ହୋଇଛନ୍ତି । ୧୫ ଅଗଷ୍ଟରେ ହୋଇଥିବା ପରୀକ୍ଷାରେ ୮ ଟି , ୧୭ ଅଗଷ୍ଟରେ ହୋଇଥିବା ପରୀକ୍ଷା ରେ ୨ଟି , ୧୮ ଅଗଷ୍ଟରେ ହୋଇଥିବା ପରୀକ୍ଷାରେ ୯ଟି , ୧୯ ଅଗଷ୍ଟରେ ହୋଇଥିବା ପରୀକ୍ଷାରେ ୩ଟି , ୨୦ ଅଗଷ୍ଟରେ ହୋଇଥିବା ପରୀକ୍ଷାରେ ୪ ଟି, ୨୧ ଅଗଷ୍ଟରେ ହୋଇଥିବା ପରୀକ୍ଷାରେ ୪ ଟି , ୨୨ ଅଗଷ୍ଟରେ ହୋଇଥିବା ପରୀକ୍ଷାରେ ୪ ଟି, ୨୩ ଅଗଷ୍ଟରେ ହୋଇଥିବା ପରୀକ୍ଷାରେ ୧୦ ଟି , ୨୪ ଅଗଷ୍ଟରେ ହୋଇଥିବା ପରୀକ୍ଷାରେ ୮ ଟି ଏହିପରି ଟିଟିଲାଗଡରେ ସର୍ବମୋଟ ୬୧ ଟି କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଥିବା ଟିଟିଲାଗଡ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡିଛି।
ଟିଟିଲାଗଡ ଅଞ୍ଚଳରେ ସଂକ୍ରମିତ ଙ୍କ ସୂଚନା ଦେଉଥିବା ବେଳେ ପ୍ରଶାସନ ସଂକ୍ରମିତଙ୍କ ପ୍ରକୃତ ସ୍ଥାନ ଯେମିତି କେଉଁ ୱାର୍ଡ କିମ୍ବା କେଉଁ ପଡ ର ତାହା ଦର୍ଶାଉ ନାହାନ୍ତି । ଯାହା ପାଇଁ ଟିଟିଲାଗଡବାସୀ ସଂକ୍ରମିତ ସ୍ଥାନ ସମ୍ପର୍କରେ ସବିଶେଷ ସୂଚନା ପାଇ ପାରୁ ନଥିବା ଅଭିଯୋଗ କରୁଛନ୍ତି । ବଲାଙ୍ଗୀର ମ୍ୟୁନିସିପାଲିଟିର ସଂକ୍ରମିତଙ୍କ ସୂଚନା ପ୍ରଶାସନ ପକ୍ଷରୁ ସବିଶେଷ ସୂଚନା ଦିଆଯାଉଥିବା ବେଳେ ଟିଟିଲାଗଡ ପାଇଁ କାହିଁକି ଏହି ପାତର ଅନ୍ତର କରୁଛନ୍ତି ବୋଲି ଟିଟିଲାଗଡବାସୀ ଆଲୋଚନା କରୁଛନ୍ତି। ଟିଟିଲାଗଡବାସୀଙ୍କ ପ୍ରତି ଏଭଳି ଅବହେଳା ଯୋଗୁଁ ଲୋକଙ୍କୁ ମାନସିକ ସ୍ତର ରେ ବଧିତ କରୁଛି । ଟିଟିଲାଗଡବାସୀ ବଲାଙ୍ଗୀର ଜିଲ୍ଲା ପ୍ରଶାସନକୁ ଟିଟିଲାଗଡ ଅଞ୍ଚଳର ସଂକ୍ରମିତଙ୍କ ସୂଚନା ସମ୍ପୁର୍ଣ୍ଣ ଭାବରେ ଦେବାକୁ ଅନୁରୋଧ କରୁଛନ୍ତି । ଏହା ସହ ଟିଟିଲାଗଡ ଅଞ୍ଚଳରେ ଦୁଇ ଚାରୋଟି କରୋନା ରୋଗୀ ସଂକ୍ରମିତ ହେଲେ ସେହି ଅଞ୍ଚଳକୁ ବନ୍ଦ୍ କରି ଦେଉଥିଲେ । କିନ୍ତୁ ବର୍ତ୍ତମାନ କାହିଁକି କୌଣସି ପଦକ୍ଷେପ ଗ୍ରହଣ କରା ଯାଉ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ସୃଷ୍ଟି ହେଉଛି ।

Leave A Reply

Your email address will not be published.