pakka

ପ୍ରବଳ ବର୍ଷାରେ ବଲାଙ୍ଗିରର ହାତିଶାଲପଡା ଓମେନ୍ସ କଲେଜ ରାସ୍ତାରେ ପଡିଲା ଗଛ : ଯାତାୟତ ଠପ୍‌

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଆଜି ବଲାଙ୍ଗିର ସହରରେ ପ୍ରବଳ ବର୍ଷା ସହ କୁଆ ପଥର ମାଡ ହୋଇଥିବା ଦେଖିବାକୁ ମିଳିଛି । ତେବେ ଏହି ପ୍ରବଳ ବର୍ଷାରେ ବଲାଙ୍ଗିର ସହରର ବିଭିନ୍ନ ସ୍ଥାନରେ କୁଆପଥର ମାଡ ସହ ହାତିଶାଲପଡା ଓମେନ୍ସ କଲେଜ ରାସ୍ତାରେ ଏକ ବିରାଟ କାୟ ଗଛ ପଡି ରାସ୍ତା ଜାମ ହୋଇଯାଇଥିବା ବେଳେ ଏଥିପାଇଁ ଯାତାୟତ ଠପ୍‌ ହୋଇଯାଇଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଖବର ଲେଖା ହେବା ପର୍ଯ୍ୟନ୍ତ ରାସ୍ତା ଉପରେ ଗଛ ପଡି ରହିଥିବା ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

2 × three =