pakka

ଜେଏସ୍‌ଏମ୍‌ ବାଣିଜ୍ୟ ମହାବିଦ୍ୟାଳୟର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍‌ସ୍ଥାନୀୟ ଜେଏସ୍‌ଏମ୍‌ ବାଣିଜ୍ୟ ମହାବିଦ୍ୟାଳୟର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ‘କୋଶଳ ପ୍ରବାହ’ର ସଂପାଦକ ଆନଂଦ ଚଂଦ୍ର ସାହୁ ଯୋଗଦାନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ମନୋରଂଜନ ସାହୁ ଯୋଗ ଦେଇଥିଲେ । ଏହି ଅବସରରେ ଜେଏସ୍‌ଏମ୍‌ ବାଣିଜ୍ୟ ମହାବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ଚାଟାର୍ଡ ଏକାଉଣ୍ଟେଣ୍ଟ ଶ୍ରୀକାନ୍ତ ଶର୍ମା ଏବଂ ପରାମର୍ଶଦାତା ପୀତବାସ ପଣ୍ଡା ମଧ୍ୟ ମଂଚାସୀନ ଥିଲେ । ମୁଖ୍ୟବକ୍ତା ଶ୍ରୀ ସାହୁ ପିଲାମାନଙ୍କୁ ଭଲ ମଣିଷ ହେବା ପାଇଁ ଉସାହିତ କରିଥିଲେ । ମୁଖ୍ୟ ଅତିଥି ‘କୋଶଳ ପ୍ରବାହ’ର ସଂପାଦକ ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ମସ୍ତିଷ୍କ ସହ ହୃଦୟକୁ ବି ଶିକ୍ଷିତ କରାଯାଇ ପାରିଲେ ଆମେ ଶିକ୍ଷିତ ହୋଇପାରିବା । ବର୍ତ୍ତମାନ ସମୟରେ ସମାଜରେ ବଢ଼ି ଚାଲିଥିବା ଅମାନବୀୟତା ପ୍ରତି ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ ଶ୍ରୀ ସାହୁ । ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଆଉଭିକ୍‌ ଶର୍ମା, ଅହିଂସା ଜୈନ୍‌, ପ୍ରିୟା ଜୟଶ୍ୱାଲ, ରାଜା ସାହୁ ଏବଂ ହରିଚନ୍ଦନ ହୋମା ମଧ୍ୟ ଏହି ଅବସରରେ ବକ୍ତବ୍ୟ ରଖିଥିଲେ । ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ମାର୍କେଟିଂ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇ ଶ୍ରଦ୍ଧା ଶର୍ମା, ଅନ୍ନପୂର୍ଣ୍ଣା ଜୈନ୍‌, ଜୟଜିତୁ ପଣ୍ଡା ଏବଂ ବାଦଲ ଜୈନ ଅତିଥିଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ ।

jay balangir
Leave A Reply

Your email address will not be published.

four × five =

error: Content is protected !!