ବ୍ଲକସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବ୍ଲକସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ତଥା ଭବାନୀଶଙ୍କର କଳାପରିଷଦ କୁଟେନପାଲି, ତୁଳସା ବଲ୍ଲଭ ଯୁବକ ସଂଘ ଦୁହେଲ, ରାମଜୀ ଯୁବକ ସଂଘ ବରଣ୍ଡାବାହାଲଙ୍କ ସହଯୋଗରେ ଡିଙ୍ଗର କୁଅଁର ଖେଳ ପଡିଆରେ ଫାଇନାଲ୍‌ ମ୍ୟାଚ୍‌ରେ ମହିମୁଣ୍ଡା ଚମ୍ପିୟାନ ଓ ତାଲପାଲି ରନର୍ସ ଭାବରେ ବିବେଚିତ ଦଳଙ୍କୁ ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ତତ୍‌ ସଙ୍ଗେ ସଙ୍ଗେ ୧୦୦ମି. ରନ୍‌, ୨୦୦ ମି. ରନ୍‌ ଓ ଲଙ୍ଗଜମ୍ପ ଏବଂ ଭଲିବଲ ଟୁର୍ଣ୍ଣାମେଣ୍ଟ ମଧ୍ୟ ହୋଇଥିଲା । ଉକ୍ତ ଫାଇନାଲ୍‌ ମ୍ୟାଚ୍‌ରେ ମୁଖ୍ୟ ଅତିଥି ଭାବେ ରାଜ କିଶୋର ନାଏକ ଏମ୍‌ପି ନୋମିନି ଓ ସମାଜସେବୀ ଓମ୍‌ ପ୍ରକାଶ କୁମ୍ଭାର ଓ ଗୋକୁଳ କୁଅଁର, ରାଜେନ୍ଦ୍ର ମଲ୍ଲିକ, ହଲଧର ନାଗ, ବାଳକୃଷ୍ଣ ରଣା, ସୁଜିତ କୁମାର ମେଲ୍ଲି ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଧନ୍ୟବାଦ ଦେଇଥିଲେ ନବୀନ କିଶୋର ବେହେରା ।

Leave A Reply

Your email address will not be published.

2 + two =