ପ୍ରଥମ ମଣି ବରିହା ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ

  • ଫାଇନାଲରେ କଅଗାଁ ଦଳ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜନ କଲ୍ୟାଣ ଯୁବକ ସଂଘ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ପ୍ରଥମ ମଣି ବରିହା ସ୍ମାରକି ଫୁଟବଲ ପ୍ରତିଯୋଗିତା ଫାଇନାଲ ଖେଳ ଖୁଜେନପାଲି ପଡିଆରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ସେମିଫାଇନାଲରେ ଖଲିଆପାଲିକୁ କଅଗାଁ ଟ୍ରାଇବ୍ରେକରରେ ୨-୦ ଗୋଲରେ ସମଲେଶ୍ୱରୀ କ୍ଲବ ଲୋଇସିଂହା ଦଳ ହରାଇ ବିଜୟ ହାସଲ କରିଥିଲା ଏବଂ ଫାଇନାଲ ମ୍ୟାଚ୍‌ରେ ଲୋଇସିଂହାକୁ କଅଗାଁ ଦଳ ଟ୍ରାଇବ୍ରେକରରେ ହରାଇ ବିଜୟ ହାସଲ କରିଥିଲା । ସୁନିଲ ବିଶ୍ୱାଲଙ୍କ ତତ୍ୱାବଧାନରେ ବଲାଙ୍ଗିର ଜିଲ୍ଲାର ସମସ୍ତ ରେଫରି ଖେଳକୁ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ସରିତା ବାଗ, ବଲାଙ୍ଗିର ବ୍ଲକ ଅଧ୍ୟକ୍ଷା ଅତିଥି ଭାବେ ବିଶିଷ୍ଠ ସମାଜସେବୀ ବିକ୍ରମାନନ୍ଦ ବହିଦାର, ଶ୍ରୀକର ମିଶ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ଚଗଲା ପରିଚ୍ଛା ପ୍ରମୁଖ ଉପସ୍ଥିତ ଥିଲେ । ଆୟୋଜକ କମିଟିର ଅଧ୍ୟକ୍ଷ ବିନୋଦ କାଲସାଏ ଓ ସମ୍ପାଦକ ଦେବାଶିଷ କାଲସାଏଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଖେଳରେ କ୍ରୀଡା ସଂଗଠକ ଭୁପେନ୍ଦ୍ର ସିଂ, କ୍ରୀଡା ସଂସଦ ସଦସ୍ୟ ସଂଗ୍ରାମ ବହିଦାର, ହେମନ୍ତ ବେହେରା, ସୁଦାମ ପାଣିଗ୍ରାହୀ, ସଞ୍ଜୁ ଷାଣ୍ଢ, ଲାଲମଣି କାଲସାଏ ମଂଚାସୀନ ଥିଲେ । ଫାଇନାଲ ମ୍ୟାଚ୍‌ରେ ମେନ୍‌ ଅଫ୍‌ ଦି ମ୍ୟାଚ୍‌ ଦେବରାଜ ସା, ମ୍ୟାନ ଅଫ୍‌ ଦି ସିରିଜ ବଣ୍ଟି ଧରୁଆ, ବେଷ୍ଟ ଗୋଲକିପର ସୁଧିର ସରାଫ, ବେଷ୍ଟ ଡିଫେନ୍ସ ସାନ୍ତନୁ ବେହେରା, ବେଷ୍ଟ ମିଡ ଫିଲଡର ମଥୁନ ନାଏକ ପାଇଥିଲେ । ଦୀପକ ବରିହା, ଶଙ୍କର ଦୀପ, ଗୋପୀନାଥ କାଲସାଏ, ସୁଦାମ କାଲସାଏ, ମହାଦେବ କାଲସାଏ, ଚନ୍ଦ୍ରରାଜ କାଲସାଏ, ମାନସ କାଲସାଏ, ଶ୍ରୀକାନ୍ତ କାଲସାଏ, ବୁଲୁ ତାଣ୍ଡି, ଶ୍ରୀକର କାଲସାଏ, ସୁବଳ କାଲସାଏ, କାମଦେବ ଷାଣ୍ଢ, ଗୋପ କାଲସାଏ, ରାହାସ କାଲସାଏ ଓ ଜନ କଲ୍ୟାଣ ଯୁବକ ସଂଘର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.

2 × one =