csstore

ବୀର ବଜରଙ୍ଗବଲି ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ : ଘସିଏନକୁ ହରାଇ ଲୁଚକିବନ୍ଧ ଚାମ୍ପିୟାନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ରାମଚନ୍ଦ୍ରପୁର ପଲ୍ଲିଶ୍ରୀ ହାଇସ୍କୁଲ ପଡ଼ିଆରେ ସପ୍ତମ ବୀର ବଜରଙ୍ଗବଲି ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ ହେଇଯାଇଛି । ଶେଷ ଦିବସରେ ଲୁଚକିବନ୍ଧ ଓ ଘସିଏନ ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେଇଥିଲା । ଫାଇନାଲ୍ ମ୍ୟାଚରେ ଲୁଚକିବନ୍ଧ ଦଳ ଘସିଏନ ଦଳକୁ ପରାସ୍ତ କରି ଚାମ୍ପିୟାନ ହୋଇଥିଲେ । ଜ୍ଞାନ ରଞ୍ଜନ ରାଉତ, ସୁରେଶ ନାଏକ, ବିରେନ୍ଦ୍ର ଧରୁଆ ଖେଳ ପରିଚାଳନା କରିଥିଲେ । ମ୍ୟାଚ ପରିଚାଳନାରେ ଲଖିନ୍ଦ୍ର ଚନ୍ଦନ, ଜୀବନାନନ୍ଦ ବାଗ, ବରୁଣ ବାଗ, ମୁକେଶ କୁଦେଇ, ମନୋଜ ବାଗ, ଦେବାନନ୍ଦ ବାଗ, ଶିବା ବାଗ, ରାମରତନ ବାଗ, ସୁରେନ୍ଦ୍ର ଚନ୍ଦନ ସହଯୋଗ କରିଥିଲେ । ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥିଭାବରେ ବଲାଙ୍ଗିର ନଗର କଂଗ୍ରେସ ସଭାପତି ବୁଲୁ ଦାନୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଦେଓଗାଁ ବ୍ଲକର ପୂର୍ବତନ ବିଇଓ ସଂକୀର୍ତ୍ତନ ବାଗ, ରାମଚନ୍ଦ୍ରପୁର ସରପଞ୍ଚ ଗୌର ଚନ୍ଦନ, ଶମ୍ଭୁ ଭୁଏ, ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ, ନାସିର ଖାନ ଓ ଲୋପନ ମିଶ୍ର ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.