csstore

ମା’ ରାଣୀସରେନ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଜାମଖୁଣ୍ଟା ଦଳ ଚମ୍ପିୟାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଜାମଖୁଣ୍ଟା ପଞ୍ଚାୟତ ଘର୍ଲା ଗ୍ରାମ ସ୍ଥିତ ନର୍ସରୀ ଫୁଟବଲ ପଡ଼ିଆରେ ଆୟୋଜିତ ମା’ ରାଣୀସରେନ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଗତ ୯ ତାରିଖରେ ଆରମ୍ଭ ହୋଇ ଚାଲିଥିବା ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଭାଗ ନେଇଥିବା ବେଳେ ଫାଇନାଲ ମ୍ୟାଚ ଖଡ଼ିଆଳ ଓ ଜାମଖୁଣ୍ଟା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏଥିରେ ଜାମଖୁଣ୍ଟା ଦଳ ୩-୦ ଗୋଲରେ ଚମ୍ପିୟାନ ହୋଇଥିଲା । ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ତଥା ସିନ୍ଧେକେଲା ସମିତି ସଭ୍ୟ ଭୋଳାନାଥ ବେହେରା, ସମ୍ମାନିତ ଅତିଥି ଭାବରେ ସମାଜସେବୀ ସନ୍ତୋଷ ନାୟକ, ପ୍ରଦୀପ ଜାଲ, ସତ୍ୟ ଝାଙ୍କର, ଧନେଶ୍ୱର ବେହେରା, ମିନିକେତନ ତ୍ରିପାଠୀ, ମାଧବ ଝାଙ୍କର, ଜ୍ୟୋତ୍ସ୍ନା ତାଣ୍ଡି ଆଦି ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଏପରି ଭାବରେ ଗ୍ରାମାଞ୍ଚଳରେ ଖେଳ ପ୍ରତିଯୋଗିତା ସବୁ ଅନୁଷ୍ଠିତ ହେଲେ ଖେଳାଳି ମାନଙ୍କ ବିକାଶ ହେବ ଓ ଭବିଷ୍ୟତରେ ସେମାନେ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ସ୍ଥାନ ପାଇ ପାରିବେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଦୁଷ୍ମନ୍ତ ସାହୁ ଓ ସାଥୀ ଖେଳ ପରିଚାଳନା କରିଥିବା ବେଳେ ପ୍ରେମ ଚନ୍ଦ୍ର ତାଣ୍ଡି ଓ ବୈବସୁତ ମଙ୍ଗରାଜ ଧାରା ବିବରଣୀ ପ୍ରଦାନ କରିଥିଲେ । ଆୟୋଜକ କମିଟିର ସଭାପତି ମଧୁସୂଦନ ଝାଙ୍କର, ଉପସଭାପତି ବିଘ୍ନରାଜ ମାଝୀ, ସମ୍ପାଦକ ରାଜାରାମ ତାଣ୍ଡି, କୋଷାଧ୍ୟକ୍ଷ-ଲକ୍ଷେଶ୍ୱର ମାଝୀ ଓ କମିଟିର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.