csstore

ଗୁରୁଣ୍ଡାରେ ଆଜାଦ ଚନ୍ଦ୍ର ଶେଖର ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

  • ତେନ୍ତୁଳିମୁଣ୍ଡାକୁ ପରାସ୍ତ କରି ଟିକ୍ରାପଡା ଦଳ ବିଜୟୀ

ବଙ୍ଗୋମୁଣ୍ଡା, (ଅଜୁର୍ନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତ ଗୁରୁଣ୍ଡା ଗ୍ରାମରେ ଆଜାଦ ଚନ୍ଦ୍ର ଶେଖର ଯୁବକ ସଂଘ ପକ୍ଷରୁ ୩ୟ ବର୍ଷ ଆଜାଦ ଚନ୍ଦ୍ର ଶେଖର ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଗୋଇମୁଣ୍ଡ ପଞ୍ଚାୟତର ସରପଞ୍ଚ କାଳିଆ ସରାଫ, ଯୁଧିଷ୍ଠିର ଭରାସଗରିଆ,ପୂର୍ବତନ ସମିତି ସଭ୍ୟ ଉମେଶ ଚନ୍ଦ୍ର ବର୍ମା, କଶ୍ୟପ ସରାଫ, ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସମ୍ପାଦକ ହୁଲେଶ୍ୱର ହଂସ, ଅବସରପ୍ରାପ୍ତ ପୋଲିସ କର୍ମଚାରୀ ଦିଗାମ୍ବର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ଟୁର୍ଣ୍ଣାମେଣ୍ଟକୁ ଶୁଭ ଉଦ୍‌ଘାଟନ କରିବା ସହ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଟିକ୍ରାପଡା ଓ ତେନ୍ତୁଳିମୁଣ୍ଡା ଦଳ ମଧ୍ୟରେ ଖେଳ ହୋଇଥିବା ବେଳେ ତେନ୍ତୁଳିମୁଣ୍ଡାକୁ ପରାସ୍ତ କରି ଟିକ୍ରାପଡା ଦଳ ବିଜୟୀ ହୋଇଛି । ଏହି ମ୍ୟାଚକୁ ରେଫରି ବିବତ୍ସ ମାଝୀ ଖେଳ ପରିଚାଳନା କରିଥିବା ବେଳେ ବୈଷ୍ଣବ ତାଣ୍ଡି, ନବୀନ ସରାଫ ଓ ନିତେଶ ମାଝୀ ଲାଇନରେ ସହଯୋଗ କରିଥିଲେ । ଡୋଲାମଣି ଦାସ ଓ ପୃଥିରାଜ ବାଗ ଧାରା ବିବରଣୀ ପ୍ରଦାନ କରିଥିଲେ । ଆୟୋଜକ କମିଟିର ସଭାପତି ପଦ୍ମ ଲୋଚନ ସରାଫ, ସମ୍ପାଦକ ଡୁଳକୃଷ୍ଣ ବେହେରା, କୋଷାଧ୍ୟକ୍ଷ ମୋହନ ଲାଲ ସରାଫ, ବିନୋଦ କୁମାର ସରାଫ, ମୁକେଶ କୁମାର ସରାଫ, ମଧୁସୂଦନ ସରାଫ, ଝସକେତନ ସରାଫ, ବିର ଭୋଇ, ମନୁ ସାହୁ, କୁଳମଣି ବେହେରା, ବୁଦ୍ଧଦେବ ସରାଫ, ଉମେଶ ସରାଫ, କାଳିଆ ମହାନନ୍ଦ, ସୁଶୀଲ ଭୋଇ ପ୍ରମୁଖଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.