ଅତାବିରା ବ୍ଲକର ୫ ହାଇସ୍କୁଲକୁ ‘ଫାଇପ୍‌ ଟି’ ଯୋଜନାରେ ସାମିଲ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଅତାବିରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରେମୁଣ୍ଡା, ରୁଷୁଡା, ପତରାପାଲି, ଲରମ୍ଭା, କାଦୋବାହାଲ ହାଇସ୍କୁଲକୁ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ୫ଟି ସ୍ମାର୍ଟ୍ କ୍ଲାସରୁମ ଯୋଜନାରେ ଅନ୍ତର୍ଭୁକ୍ତ କରିଛନ୍ତି । ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ପ୍ରୟାସରେ ଏହି ସ୍କୁଲ ଗୁଡ଼ିକକୁ ସାମିଲ କରାଯାଇଥିବାରୁ ସାଧାରଣରେ ସନ୍ତୋଷ ପ୍ରକାଶ ପାଇଛି । ଏହି ଅବସରରେ ଆଜି ରେମୁଣ୍ଡା ଏବଂ ରୁଷୁଡା ହାଇସ୍କୁଲରେ ସାଧାରଣ ନାଗରିକଙ୍କ ପକ୍ଷରୁ ଏକ ସଭା ଆୟୋଜନ କରାଯାଇ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ, ଏହି ଯୋଜନାରେ ସାମିଲ ପ୍ରତ୍ୟେକ ସ୍କୁଲ ଗୁଡ଼ିକୁ ୬୦ ଲକ୍ଷ ଟଙ୍କାରୁ ଅଧିକ ଅନୁଦାନ ପ୍ରଦାନ କରାଯିବ । ଯେଉଁ ଥିରେ ସ୍କୁଲର ଶିକ୍ଷା ବ୍ୟବସ୍ଥାକୁ ଅତ୍ୟାଧୁନିକ କରାଯାଇପାରିବ । ଏଥିରେ ସ୍ମାର୍ଟ୍ କ୍ଲାସ ରୁମ, ଇ- ଲାଇବ୍ରେରୀ, ଅତ୍ୟାଧୁନିକ ବିଜ୍ଞାନ ଲାଇବ୍ରେରୀ, ଖେଳ ପଡିଆ, ବଗିଚା ଆଦି କରି ଶିକ୍ଷା ବାତାବରଣକୁ ଆହୁରି ଉନ୍ନତ କରାଯାଇପାରିବ ।

Leave A Reply

Your email address will not be published.

four × one =

error: Content is protected !!