csstore

ପାଇକମାଲରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଲାୟନ୍ସ କ୍ଳବ, ପାଇକମାଲ ଓ ନୃସିଂହ ମେଡିକାଲ ଷ୍ଟୋର ଦ୍ୱାରା ସ୍ଥାନୀୟ ମାରୱାଡି ଧର୍ମଶାଳାରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ହୋଇଯାଇଛି । ଏଥିରେ ୧୩୫ଜଣ ଚକ୍ଷୁ ପରୀକ୍ଷା କରାଇଥିଲେ । ୩୫ଜଣ ରୋଗୀଙ୍କ ଚକ୍ଷୁ ଅସ୍ତ୍ରୋପଚାର ପାଇଁ ରାୟପୁର ଶ୍ରୀଗଣେଶ ବିନାୟକ ଚକ୍ଷୁ ଚିକିତ୍ସା କେନ୍ଦ୍ରକୁ ନିଆଯାଇଛି । ଡଃ. ଚାରୁଦତ୍ତ କଲମକର, ଡଃ. ଶ୍ରୀଧର ପ୍ରଧାନ, ଲାୟନ୍ସ କ୍ଳବର ସଭାପତି ଗୋବର୍ଦ୍ଧନ ଅଗ୍ରୱାଲ, ସମ୍ପାଦକ ନନ୍ଦଲାଲ ନାୟକ, ଜିଲ୍ଲା କେବିନେଟ ମେମ୍ବର ଜନାର୍ଦ୍ଦନ ପଣ୍ଡା, ପଦ୍ମପୁର ଲାୟନ୍ସ କ୍ଳବ ସଭାପତି ପ୍ରୀତମ ମେହେର, ଚିତ୍ତରଞ୍ଜନ ଦାସ, ବିନୋଦ ବିହାରୀ ମିଶ୍ର ଅତିଥିଭାବରେ ଯୋଗଦାନ କରି ଶିବିରକୁ ଉଦ୍‌ଘାଟନ କରିଥିଲେ । ଲାୟନ୍ସ କ୍ଳବ ତରଫରୁ ୧୦ଜଣ ବୃଦ୍ଧ ବୃଦ୍ଧାଙ୍କୁ ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା । ଚକ୍ଷୁ ଚିକିତ୍ସା କେନ୍ଦ୍ରର ଅଭିଷେକ ପଟେଲ ଓ ଶେଖର ବାରିକ ଚକ୍ଷୁ ପରୀକ୍ଷା କରିଥିଲେ । ଲାୟନ୍ସ ଆନନ୍ଦ ଅଗ୍ରୱାଲ, ଶ୍ୟାମଲାଲ ପ୍ରଧାନ, କିଶୋର ବାରିକ, କୀର୍ତ୍ତନ ସୋନି, କିଶୋର ଅଗ୍ରୱାଲ, ଅଶୋକ ଅଗ୍ରୱାଲ, ଡଃ. ରାଜୀବ ପଟ୍ଟନାୟକ, ସୁନ୍ଦରମଣି ନାଏକ, ଡଃ. ଲମ୍ବୋଦର ପଣ୍ଡା, ଯୋଗେଶ୍ୱର ସାହୁ, ବ୍ୟାସଦେବ ସାହୁ, ମୀନିକେତନ ବେହେରା, ଆଲୋକ ମିଶ୍ର, ରିତଜ୍ଞ ବାରିକ, ନୀଲେଶ ଅଗ୍ରୱାଲ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.