pakka

ରାଉରକେଲା କଲେଜରେ ରାଷ୍ଟ୍ରୀୟ ଏକତା ଦିବସ ଓ ସତର୍କତା ଜାଗ୍‌ରୁକତା ସପ୍ତାହ ଓ ପ୍ରତିଜ୍ଞାପାଠ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୪ସ୍ଥିତ ରାଉରକେଲା କଲେଜର ‘ଜାତୀୟ ସେବା ଯୋଜନା’ର ସଂଯୁକ୍ତ ଶାଖା ତରଫରୁ ପ୍ରୋଗ୍ରାମିଂ ଅଫିସର ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ‘ରାଷ୍ଟ୍ରୀୟ ଏକତା ଦିବସ’ ଓ ‘ଶପଥ ପାଠ’ ତଥା ‘ସତର୍କତା ଜାଗ୍‌ରୁକତା ସପ୍ତାହ’ ଓ ‘ପ୍ରତିଜ୍ଞା ପାଠ’ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱେଚ୍ଛାସେବୀ ତଥା ଛାତ୍ର-ଛାତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ । ମୁଖ୍ୟଅତିଥି ଶ୍ରୀ ରାଉତ ସ୍ୱେଚ୍ଛାସେବୀ ତଥା ଛାତ୍ର-ଛାତ୍ରୀମାନଙ୍କୁ ଉଦବୋଧନ ଦେଇ କହିଲେ ଯେ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଅବଦାନ ଓ ଜୀବନାଦର୍ଶକୁ ମନେପକାଇ ତାଙ୍କ ଜୟନ୍ତୀକୁ ସାରା ଭାରତବର୍ଷ ‘ରାଷ୍ଟ୍ରୀୟ ଏକତା ଦିବସ’ ରୂପେ ପାଳନ କରୁଛି । ତେଣୁ ତାଙ୍କର ସେହି ରାଷ୍ଟ୍ରୀୟ ପ୍ରତିବଦ୍ଧତାକୁ ସ୍ମରଣ କରି ଦେଶର ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଶପଥ ନେବା । ସେହିପରି ଦ୍ବିତୀୟାର୍ଦ୍ଧରେ ଦୁର୍ନୀତିମୁକ୍ତ ରାଷ୍ଟ୍ର ଗଠନରେ ନିଜର ସହଯୋଗିତା ପାଇଁ ‘ସତର୍କତା ଜଗ୍‌ରୁକତା ସପ୍ତାହ’ ଓ ‘ପ୍ରତିଜ୍ଞା ପାଠ’ ସମସ୍ତ ସ୍ୱେଚ୍ଛାସେବୀ ତଥା ଛାତ୍ର-ଛାତ୍ରୀମାନଙ୍କୁ କରାଇଥିଲେ । ମହାବିଦ୍ୟାଳୟର ‘ଜାତୀୟ ସେବା ଯୋଜନା’ର ଅନ୍ତର୍ଗତ ଏହି କାର୍ଯ୍ୟକ୍ରମରେ ଯୁକ୍ତ ୨ ଦାୟିତ୍ଵରେ ଥିବା ଅଧ୍ୟାପକ ବନବିହାରୀ କିଶାନ, ଯୁକ୍ତ ୩ ସ୍ତରୀୟ ପ୍ରୋଗ୍ରାମିଂ ଅଫିସର ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ଯୁକ୍ତ ୩ ଛାତ୍ରୀ ବିଭାଗର ଦାୟିତ୍ୱରେ ଥିବା ଅଧ୍ୟାପିକା ରଶ୍ମିପ୍ରଭା ମଥାନ, ତଥା ଅଧ୍ୟାପକ ତରଣୀ ନାୟକ, ଅଧ୍ୟାପକ ଅନୁପ ଏକ୍କା, ଅଧ୍ୟାପକ ଅଜିତ ବେକ୍, ଅଧ୍ୟାପିକା ମମତା ନାୟକ ଓ ଅଧ୍ୟାପିକା ସୁଚିସ୍ମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅଧ୍ୟାପକ ଶ୍ରୀ ପାଟ୍ଟଶାଣୀ ମଂଚ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଶ୍ରୀ କିଶାନ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ସ୍ୱେଚ୍ଛାସେବୀ ସୁବ୍ରତ ନାୟକ, ମାନସ ବେହେରା, ସମୀର ବିଶ୍ୱଳ, ସ୍ୱିଟି ପଟ୍ଟନାୟକ, ନିରଂଜନ ଧରେଇ ପ୍ରମୁଖ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଯୋଗଦେଇଥିଲେ ।

jay balangir
Leave A Reply

Your email address will not be published.

twenty − 8 =

error: Content is protected !!