pakka

ବିପଦ ସଂକୁଳ ଅବସ୍ଥାରେ ରୋଗୀସେବା ଚାଲିଥିବା ଅଭିଯୋଗ

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ମଧ୍ୟ ଭାଗରେ ରହିଛି ଗଞ୍ଜାମ ସ୍ୱାସ୍ଥ୍ୟକେନ୍ଦ୍ର । ଏହି ସ୍ୱାସ୍ଥ୍ୟକେନ୍ଦ୍ରଟି ବହୁ ପୂରାତନ ହେଲେ ମଧ୍ୟ ଏବେ ଅବ୍ୟବସ୍ଥା ଘେରରେ ଥିବା ଜଣାପଡିଛି । ବର୍ତ୍ତମାନ ବିପଦ ସଂକୁଳ ଅବସ୍ଥାରେ ରୋଗୀସେବା ଚାଲିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ମେଡିକାଲ କୋଠା ଗୁଡିକ ଭାଙ୍ଗିରୁଜି ମେଡିକାଲ ଛାତରୁ କଂକ୍ରିଟ ଖସିବା ଆରମ୍ଭ ହେଲାଣି । ମେଡିକାଲ ଅଫିସରଙ୍କ କୋଠରୀ, ଆୟୁଷ ଡାକ୍ତରଙ୍କ କୋଠରୀ ଏବେ ରକ୍ତ ପରୀକ୍ଷା ହଲ୍‌ ବିପଦ ସଂକୁଳ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବୀ କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ, ଏହି ସ୍ୱାସ୍ଥ୍ୟକେନ୍ଦ୍ରଟି ରାସ୍ତା ପାର୍ଶ୍ଵରେ ଥିବା ହେତୁ ପ୍ରାଥମିକ ଚିକିତ୍ସା ଲାଗି ଦୈନନ୍ଦିନ ଗଞ୍ଜାମ ଏନ୍‌ଏସି ରୋଗୀଙ୍କ ସହ ଆଖପାଖ ୩୦/୪୦ ଗ୍ରାମର ରୋଗୀମାନେ ଗଞ୍ଜାମ ମେଡିକାଲ ଉପରେ ନିର୍ଭରଶୀଳ ହେଉଥିବା ଦେଖିବାକୁ ମିଳିଛି ।

jay balangir
Leave A Reply

Your email address will not be published.

thirteen − 3 =

error: Content is protected !!