pakka

କଳାକାର ଚୟନ ଶିବିର ଅନୁଷ୍ଠିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଲାଙ୍ଗିର ପଞ୍ଚାୟତ ସମିତି ଆନୁକୂଲ୍ୟରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ପାଇଁ ବ୍ଲକ ପରିସରରେ ଆବେଦନ କରିଥିବା କଳାକାର ମାନଙ୍କର ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ବ୍ଲକର ମୋଟ ୧୯୬ ଜଣ କଳାକାର ପଞ୍ଜିକରଣ କରିଥିଲେ । ସେଥିରୁ ୪୦ ଜଣଙ୍କ ଆବେଦନ ପତ୍ର ଯାଞ୍ଚ ବେଳେ ଖାରଜ ହୋଇଥିଲା । କାଏମ୍‌ ରହିଥିବା ସମୁଦାୟ ୧୫୬ ଆବେଦନ ପତ୍ର ମଧ୍ୟରୁ ୧୩୩ ଜଣ କଳାକାର ଅଡିସନ ଦେଇଥିଲେ । ଉକ୍ତ ଅଡିସନ ଟେଷ୍ଟକୁ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ୍‌ ଆନୁଷ୍ଠାନିକ ଭାବରେ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିତମ କୁମାର ତନ୍ତୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର ଆଜିର ଅଡିସନ ଟେଷ୍ଟର ଉଦ୍ଦେଶ୍ୟ ଓ ଆବଶ୍ୟକତା ଉପରେ ଉପସ୍ଥିତ ସମସ୍ତ କଳାକାର, ଲୋକ ପ୍ରତିନିଧି ତଥା ଜନ ସାଧାରଣଙ୍କୁ ଅବଗତ କରାଇଥିଲେ । ନାଟ୍ୟ ନିର୍ଦ୍ଦେଶକ ବ୍ରହ୍ମା ବନ୍‌ଛୋର, ସଙ୍ଗୀତ ଗୁରୁ ନିରଞ୍ଜନ ବେହେରା ଏବଂ ବରିଷ୍ଠ କଳାକାର ବୃନ୍ଦ ଅର୍ଜୁନ ମୁଗ୍ରୀ, ଗୋପାଳ ପ୍ରଧାନ, ଧୃବ ଠାକୁର, ଭକ୍ତବନ୍ଧୁ ପଧାନ ଆଦି ବିଚାରକ ଭାବରେ ଯୋଗ ଦେଇଥିଲେ । ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ଗୋଲାପ ବାଗ ଚୟନ ପ୍ରକ୍ରିୟାରେ ସଂଯୋଜନା କରିଥିଲେ । ସମସ୍ତ ବ୍ଲକ କର୍ମଚାରୀ ଉକ୍ତ ଚୟନ ପ୍ରକ୍ରିୟାରେ ସହଯୋଗ କରୁଥିବାରୁ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

18 − seven =

error: Content is protected !!