pakka

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ- ୨୦୨୨ ପାଳନ ଉପଲକ୍ଷେ ଶପଥ ପାଠ

bbehera
  • ଭିଡିଓ କନଫରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଶପଥ ପାଠ କରାଇଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ- ୨୦୨୨ ଅକ୍ଟୋବର ୩୧ ତାରିଖ ଠାରୁ ଆରମ୍ଭ ହୋଇ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ । ସେଣ୍ଟ୍ରାଲ ଭିଜିଲାନ୍ସ କମିଶନଙ୍କ ଆହ୍ଵାନରେ ଚଳିତ ବର୍ଷ ହେଉଥିବା ଏହି ସଚେତନତା ସପ୍ତାହର ବାର୍ତ୍ତା ହେଉଛି ‘ଏକ ବିକଶିତ ରାଷ୍ଟ୍ର ପାଇଁ ଦୁର୍ନୀତି ମୁକ୍ତ ଭାରତ’ । ଆଜି ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସମାରୋହରୁ ଭିଡିଓ କନଫରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶପଥ ପାଠ କରାଇଥିଲେ । ଏହି ଶପଥ ପାଠ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାର ଜିଲ୍ଲା ଓ ବ୍ଲକ କାର୍ଯ୍ୟାଳୟ ସ୍ଥିତ ଓସୱାନ ଭିଡିଓ କନଫରେନସିଂ ହଲ୍‌ ଠାରେ ଜିଲ୍ଲାସ୍ତରୀୟ, ବ୍ଲକସ୍ତରୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଶପଥ ପାଠ କରିଥିଲେ । ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ସିଂ, ଟିଟିଲାଗଡ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ସମେତ ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସୱାନ ଭିଡିଓ କନଫରେନସିଂ ହଲ୍‌ ଠାରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କ ସମେତ ଜିଲ୍ଲା କାର୍ଯ୍ୟାଳୟର ଡେପୁଟି କଲେକ୍ଟର, ସହକାରୀ ଜିଲ୍ଲାପାଳ, ସେକ୍ସନ ଅଫିସର, ବଲାଙ୍ଗିର ଦୁର୍ନୀତି ନିବାରଣ ବିଭାଗ ବଲାଙ୍ଗିର ଶାଖାର ଇନ୍ସପେକ୍ଟର ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ବ୍ଲକ କାର୍ଯ୍ୟାଳୟ ସ୍ଥିତ ଓସୱାନ ଭିଡିଓ କନଫରେନସିଂ ହଲ୍‌ ଠାରେ ସମ୍ପୃକ୍ତ ବିଡିଓ, ତହସିଲଦାର ଓ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ପରେ ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୨ ପାଳନ ଉପଲକ୍ଷେ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲେ । ଶପଥ ପାଠ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ମହେନ୍ଦ୍ର କୁମାର ମହାପାତ୍ରଙ୍କ ସମେତ ଜିଲ୍ଲା କାର୍ଯ୍ୟାଳୟର ଡେପୁଟି କଲେକ୍ଟର, ସହକାରୀ ଜିଲ୍ଲାପାଳ, ସେକ୍ସନ ଅଫିସର ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ- ୨୦୨୨ ପାଳନ ଉପଲକ୍ଷେ ବଲାଙ୍ଗିର ଜିଲ୍ଲାରେ ଚଳିତ ବର୍ଷର ବିଷୟ ‘ଏକ ବିକଶିତ ରାଷ୍ଟ୍ର ପାଇଁ ଦୁର୍ନୀତି ମୁକ୍ତ ଭାରତ’ ଉପରେ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବ୍ଲକସ୍ତରୀୟ ଓ ଜିଲ୍ଲାସ୍ତରୀୟ ଓଡିଆ, ଇଂରାଜୀ ପ୍ରବନ୍ଧ ଲିଖନ, ବକ୍ତୃତା ପ୍ରତିଯୋଗିତା ଆୟୋଜନ ସହ ବିଭିନ୍ନ ସଂଗଠନକୁ ନେଇ ସଚେତନତା ରାଲି, ପଥପ୍ରାନ୍ତ ନାଟକ, ସଚେତନତା ସଭା ଇତ୍ୟାଦି ଆୟୋଜନ କରାଯାଉଛି ।

jay balangir
Leave A Reply

Your email address will not be published.

fifteen + 7 =

error: Content is protected !!