pakka

କାଳୀପଲ୍ଲୀରେ ପୁଣି ତେଜି ଉଠିଲା ଟାଟା ବିରୋଧୀ ଆନ୍ଦୋଳନ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ କାଳୀପଲ୍ଲୀ ଗ୍ରାମରେ ସୋମବାର ପୁଣି ଟାଟା ବିରୋଧୀ ଆନ୍ଦୋଳନ ତେଜି ଉଠିଛି । ଟାଟା ଅଧୀନରେ ଦୀପକ ଫର୍ଟିଲାଇଜର କମ୍ପାନୀକୁ ବାରମ୍ବାର ବିରୋଧ କରି ଆସୁଥିଲେ ମଧ୍ୟ ଆଜି ଉକ୍ତ କମ୍ପାନୀ ପୁଣି ତା’ର କାର୍ଯ୍ୟ ଆରମ୍ଭ କରିଥିଲା । ପ୍ରଶାସନର ଉପସ୍ଥିତିରେ ଗ୍ରାମବାସୀ ବିରୋଧ କରିଥିଲେ । ଏନେଇ ସେଠି ବିରାଟ ଗଣ୍ଡଗୋଳ ଉପୁଜି ଥିବା ସୂଚନା ଦେଇଛନ୍ତି ଭାରତୀୟ ବିକାଶ ପରିଷଦର ମୁଖ୍ୟ ତଥା ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ । ପ୍ରକାଶ ଥାଉକି, ସ୍ମାର୍ଟ କେମିଟେକ୍ନୋଲୋଜି କମ୍ପାନୀର ଖନନ କାର୍ଯ୍ୟାରମ୍ଭ ବେଳେ କାଳୀପଲ୍ଲୀ ଗ୍ରାମବାସୀ ବିରୋଧ କରିଥିଲେ । ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ କାଳୀପଲ୍ଲୀ ଗ୍ରାମବାସୀଙ୍କ ସହ ପୋଲିସ ପ୍ରଶାସନ ମଧ୍ୟରେ ବଚସା ଓ ଧସ୍ତାଧସ୍ତି ହୋଇ ଅନେକ ଲୋକ ଆଂଶିକ କ୍ଷତବିକ୍ଷତ ହୋଇଥିବା ବେଳେ ଜଣେ ମହିଳା ବି.ଚିଲ୍ଲିକାମ୍ମା ପାତ୍ର ତଳେ ପଡ଼ି ଆହତ ହୋଇଛନ୍ତି ବୋଲି ଜଣାପଡିଛି । ଘଟଣା କ୍ଷେତ୍ରରେ ଛତ୍ରପୁର ତହସିଲଦାର ପ୍ରକାଶ ଚନ୍ଦ୍ର ଦାସ, ଏସଡ଼ିପିଓ ଗୌତ୍ତମ କିଷାନ, ଛତ୍ରପୁର ଥାନାଧିକାରୀ ସତ୍ୟରଞ୍ଜନ ପ୍ରଧାନ, ସହକାରୀ ପୋଲିସ ଅଧିକାରୀ ବିନୟ ଦାଶ୍ ଓ ଅନ୍ୟ ପୋଲିସ ଅଧିକାରୀ, ସଶସ୍ତ୍ର ପୋଲିସ ବାହିନୀ ଏହାର ତଦାରଖ କରିଛନ୍ତ ।

jay balangir
Leave A Reply

Your email address will not be published.

11 − 4 =

error: Content is protected !!