csstore

ହରି ସାହୁଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ଶ୍ରଦ୍ଧାଞ୍ଜଳି ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଠାରେ ବିଶିଷ୍ଠ ବ୍ୟବସାୟୀ ହରି ସାହୁଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଇକମାଳ ଅଂଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିବା ବେଳେ, ପଦ୍ମପୁର ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ, ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ, ସରୋଜ ମହାନ୍ତି, ଓଡିଶା କ୍ରିକେଟ ଆସୋସିଏସନର ସରୋଜ କୁମାର ସାହୁ, ନୂଆପଡା ବଣିକ ସଂଘ କର୍ମକର୍ତ୍ତା, ରାଇସ ମିଲ ଆସୋସିଏସନର କର୍ମକର୍ତ୍ତା,ସାଇ ସମାଜର ଅନେକ ମୁଖ୍ୟ ଜାତିଭାଇ ଏଥିରେ ଯୋଗଦେଇ ସ୍ୱର୍ଗତ ହରି ଭାଇଙ୍କ ଫୋଟ ଚିତ୍ରରେ ପୁଷ୍ପ ଅର୍ପଣ କରି ତାଙ୍କର ସ୍ମୁତି ଚାରଣ କରିଥିଲେ । ତାଙ୍କର ଅମର ଆତ୍ମାର ସତଗତି ପାଇଁ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପ୍ରକୃତି ବନ୍ଧୁ ବଡ ଶତପଥି, ସ୍ୱର୍ଗତ ହରି ସାହୁଙ୍କ ସ୍ମୃତି ପାଇଁ ତାଙ୍କର ପୁତ୍ର ଡଃ. ନବ ପ୍ରକାଶ ସାହୁଙ୍କୁ ଏକ ବଉଳ ଗଛ ପ୍ରଦାନ କରି ଏହାକୁ ରୋପଣ କରି ଯତ୍ନ କରିବାକୁ ଉପଦେଶ ଦେଇଥିଲେ । ଶେଷରେ ସମସ୍ତଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା ।

jayashree
Leave A Reply

Your email address will not be published.