csstore

ଜିଲ୍ଲାସ୍ତରୀୟ ବୃହତ୍ କୁଞ୍ଜମେଳାର ଦ୍ୱାଦଶ ସନ୍ଧ୍ୟା

ଭୋଗରାଇ, (କେପିଏନଏସ) : ଯେଉଁ ଜାତିର ଆଦର୍ଶ, ଚିନ୍ତାଧାରା, ଜ୍ଞାନ, ସୃଜନଶକ୍ତି ଓ ଆମ ବିଶ୍ୱାସ ଯେତେ ବିସ୍ତୃତ ସେ ଜାତିର ସଂସ୍କୃତି ସେତେ ଉନ୍ନତ ବୋଲି ଭୋଗରାଇ ବ୍ଲକ ନାଚିନ୍ଦା ଗ୍ରାମପଞ୍ଚାୟତ ସେହି ଗ୍ରାମରେ ଜିଲ୍ଲାସ୍ତରୀୟ କୁଞ୍ଜ ମେଳାରେ ଆୟୋଜିତ ଦ୍ୱାଦଶ ସନ୍ଧ୍ୟା ସଭା ମଞ୍ଚରେ ଅତିଥିମାନଙ୍କ ଦ୍ୱାରା ମତପ୍ରକାଶ ପାଇଛି । ସ୍ଥାୟୀ ସଭାପତି ପଞ୍ଚାନନ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ଅନନ୍ତ ଦାସ ଫାଉଣ୍ଡେସନର କାର୍ଯ୍ୟକାରୀ ସଭାପତି ଇଂ ଅଭିଜିତ ଦାସ, ମୁଖ୍ୟବକ୍ତା ଭାବେ ବରିଷ୍ଠ ଆଇନଜୀବୀ ଭୁବନାନନ୍ଦ ଦାସ, ବିଶିଷ୍ଟ ଅତିଥିଭାବେ ମୟୁରୀ ମଲଟି ମିଡିଆ ଡିଜାଇନିଂ ମହାବିଦ୍ୟାଳୟର ଅଧ୍ୟକ୍ଷା ନମିତା ଗିରି, ସମ୍ମାନିତ ଅତିଥି ଭାବେ ୩୧ ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟା ଦମୟନ୍ତି ସାହୁ, ଅବସରପ୍ରାପ୍ତ ଶିକ୍ଷକ ରାଜକୁମାର ପରିଡ଼ା, ସାମ୍ବାଦିକ ପ୍ରିୟବ୍ରତ ମହାପାତ୍ର, ସମାଜସେବୀ ଶିବଶଙ୍କର ସେଠୀ ପ୍ରମୁଖ ଯୋଗଦେଇଥିଲେ । ଉକ୍ତ ସଭାକୁ ପ୍ରଧାନଶିକ୍ଷକ ପଣ୍ଡିତ ଶିବଶଙ୍କର ମହାପାତ୍ର ମଞ୍ଚ ପରିଚାଳନା କରିଥିବାବେଳେ ଜିଜ୍ଞାସା ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ତଥା ସାମ୍ବାଦିକ ଶିବ ନାରାୟଣ ପାତ୍ର ଅତିଥିମାନଙ୍କୁ ମଞ୍ଚ ଆହ୍ୱାନ ଓ ପରିଚୟ ପ୍ରଦାନ କରିଥିଲେ । ଶେଷରେ ସମାଜସେବୀ ଶିବ ଶଙ୍କର ସେଠୀ ଧନ୍ୟବାଦ ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.