csstore

ବଂଶାନୁକ୍ରମିକ ରାସ୍ତାକୁ ବନ୍ଦ କରିଦେଲେ ସର୍ମ୍ପକୀୟ ଭାଇ : ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଭୋଇପାଲିର ସାହୁ ପରିବାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ବଲାଙ୍ଗିର ସଦରଥାନା ଅନ୍ତର୍ଗତ ଭୋଇପାଲିର ସାହୁ ପରିବାରର ଲାଲ ବିହାରି ସାହୁ ଓ କିଶୋର ସାହୁ । ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିବା ସହ କହିଛନ୍ତି ଯେ, ଗତ ରବିବାର ଦିନ ରାତି ୦୯.୩୦ ମିନିଟ୍‌ରେ ତାଙ୍କ ସଂପର୍କୀୟ ଭାଇ ରମାକାନ୍ତ ସାହୁ, ଅରୁଣ ସାହୁ, ନାରାୟଣ ସାହୁ, ସଂଜୟ ସାହୁ ମିଶି ତାଙ୍କ ବଂଶାନୁକ୍ରମିକ ରାସ୍ତାକୁ ସମ୍ପୂର୍ଣ୍ଣ ଅବରୋଧ କରି ଦେଇଥିବା ବେଳେ ଲାଲ ବିହାରି ଓ କିଶୋରଙ୍କ ପରିବାର ଯାତାୟାତ କରି ନପାରି ବନ୍ଦୀ ଅବସ୍ଥାରେ ଅଛନ୍ତି । ତେବେ ଏହାକୁ ନେଇ ବଲାଙ୍ଗିର ସଦର ପୋଲିସର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ କିଛି ସୁଫଳ ମିଳି ପାରିନଥିଲା । ଫଳରେ ଆଜି ବାଧ୍ୟ ହୋଇ ବଲାଙ୍ଗିର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇ ଉଚିତ୍‌ ନ୍ୟାୟ ପାଇବା ପାଇଁ ଦାବୀ କରିଛନ୍ତି ।

jayashree
Leave A Reply

Your email address will not be published.