csstore

ଡ୍ରେନ୍‌ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠର ଦ୍ୱାରସ୍ଥ ହେଲେ ଦତ୍ତାନନ୍ଦ ପଣ୍ଡା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଡ୍ରେନ୍‌ ସମସ୍ୟାକୁ ନେଇ ଦ୍ୱିତୀୟ ଥର ପାଇଁ ବଲାଙ୍ଗିର ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠର ଦ୍ୱାରସ୍ଥ ହୋଇଛନ୍ତି ୨୧ ନଂ ୱାର୍ଡର ବାସିନ୍ଦା ଶିକ୍ଷା ବିକାଶ ସମିତିର ଦକ୍ଷିଣ ପଶ୍ଚିମ ସଂଭାଗର ସଂପାଦକ ତଥା ଆର୍‌ଏସ୍‌ଏସ୍‌ର ଧର୍ମ ଜାଗରଣ ସମନ୍ୱୟ ପ୍ରାନ୍ତ ସଂସ୍କୃତି ପ୍ରମୁଖ ଦତ୍ତାନନ୍ଦ ପଣ୍ଡା । ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି ଯେ, ବଲାଙ୍ଗିର ସହରରେ ଅବସ୍ଥିତ ଶୈଳଶ୍ରୀ ପେଲେସ ସମ୍ମୁଖରେ ତାଙ୍କ ବାସଗୃହ ରହିଥିବା ବେଳେ ତାଙ୍କ ଘର ସମ୍ମୁଖ ଦେଇ ଯାଇଥିବା ଡ୍ରେନ୍‌ ବନ୍ଦ ହୋଇଥିବା ଯୋଗୁଁ ବର୍ଷା ଋତୁରେ ଡ୍ରେନ୍‌ ପାଣି ତାଙ୍କ ଘର ଭିତରକୁ ମାଡି ଯାଉଛି । ଏହି ସମସ୍ୟାକୁ ନେଇ ଗତ ୨୦୨୨ ଅଗଷ୍ଟ ମାସରେ ବଲାଙ୍ଗିର ପୌର ଅଧ୍ୟକ୍ଷା ତଥା ପୌର ଅଧିକାରୀଙ୍କ ପାଖରେ ସେ ଗୁହାରୀ କରିବା ସହ ବଲାଙ୍ଗିର ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠର ଦ୍ୱାରସ୍ଥ ହୋଇଥିଲେ । ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ସେତେବେଳେ ପ୍ରତିଶ୍ରୁତି ମିଳିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଡ୍ରେନ୍‌ କାମ ହୋଇନାହିଁ । ତେବେ ବର୍ଷା ଦିନ ପୂର୍ବରୁ ସମ୍ପୃକ୍ତ ଡ୍ରେନ୍‌ କାମ କରାଯିବାକୁ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠର ଦ୍ୱାରସ୍ଥ ହୋଇ ଶ୍ରୀ ପଣ୍ଡା ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କୁ ଅନୁରୋଧ କରିଥିଲେ ।

jayashree
Leave A Reply

Your email address will not be published.