ଦୁର୍ନୀତି ନିବାରଣ ସପ୍ତାହ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୭ କମ୍ୟୁନିଟି ସେଣ୍ଟର୍ ଠାରେ ନ୍ୟାସନାଲ ଇନସ୍ୟୁରାନ୍ସ କମ୍ପାନୀ ତରଫରୁ ମଧୁସୂଦନ ଶିକ୍ଷା ନିବାସର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଇଥିଲା । ଅଶୋକ କୁମାର ବଳଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ଭିଜିଲାନ୍ସ ଅଫିସର ଜଗଦୀଶ ଚନ୍ଦ୍ର ନାୟକ, ବରିଷ୍ଠ ଡିଭିଜିନାଲ ପ୍ରବନ୍ଧକ ମାନସ ରଂଜନ ବେହେରା, ସହ ପ୍ରବନ୍ଧକ ବିଜୟ କୁମାର ନାୟକ ଓ ମଧୁସୂଦନ ଶିକ୍ଷା ନିବାସର ବରିଷ୍ଠ ଶିକ୍ଷୟିତ୍ରୀ ନିରୁପମା ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଦୁର୍ନୀତିମୁକ୍ତ ଭାରତ ଗଠନ ସଂପର୍କରେ ଉଦ୍‌ବୋଧନ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକୃତା ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ନିରାକାର ଜେନା ବିଚାରକ ଦାୟିତ୍ୱ ତୁଲାଇ ଥିବା ବେଳେ ସହ ପ୍ରବନ୍ଧକ ପ୍ରଶାନ୍ତ ଯୋଶୀ ତିର୍କୀ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ନୀନାରାଣୀ ଜେନା ମୁଦାଲି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

19 − 5 =