ବେଆଇନ ଭାବେ ମହଜୁଦ ରଖିଥିବା ଗ୍ୟାସ୍ ସିଲିଣ୍ଡର ଜବତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ମହଜୁଦ ରଖିଥିବା ଗ୍ୟାସ୍ ସିଲିଣ୍ଡର ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଜବତ କରାଯାଇଥିବା ଜଣାଯାଇଛି । ଛତ୍ରପୁର ଉପ-ଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ଉପଖଣ୍ଡସ୍ତରୀୟ ଯୋଗାଣ ବିଭାଗର ଏକ ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି । ଛତ୍ରପୁର ତାମ୍ପରା ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଏବଂ ଖଲ୍ଲିକୋଟ ଏନ୍‌ଏସି ଅଞ୍ଚଳର ଦୁଇଟି ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢାଉ ବେଳେ ବେଆଇନ ଗଚ୍ଛିତ ଥିବା ୨୯ଟି ଘରୋଇ ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି । ଚଢାଉ ବେଳେ ସହକାରୀ ଯୋଗାଣ ଅଧିକାରୀ ପିତାମ୍ବର ସେଠୀଙ୍କ ନେତୃତ୍ୱରେ ଛତ୍ରପୁର ବ୍ଲକ ଯୋଗାଣ ଅଧିକାରୀ ଜୟରାମ ଲେଙ୍କା, ଗଞ୍ଜାମ ବ୍ଲକ ଯୋଗାଣ ଅଧିକାରୀ ସନ୍ତୋଷ କୁମାର ଦାଶ, ହିଞ୍ଜିଳିକାଟୁ ଯୋଗାଣ ଅଧିକାରୀ ପୁରଞ୍ଜୟ ସାହୁ ଓ ଖଲ୍ଲିକୋଟ ବ୍ଲକ ଯୋଗାଣ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଦାଶ, କବି ସୂର୍ଯ୍ୟନଗର ବ୍ଲକ ଯୋଗାଣ ଅଧିକାରୀ ନିଖିଳ ମୋହନ ବସ୍ତିଆ, ପୋଲସରା ବ୍ଲକ ଯୋଗାଣ ଅଧିକାରୀ ହେମନ୍ତ କୁମାର ପ୍ରଧାନଙ୍କ ମିଳିତ ସହଯୋଗରେ ତାମ୍ପରା ସମ୍ମୁଖ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଶ୍ରୀବାଳକ୍ରିଷ୍ଣା ଡ୍ରାଏ-ଫୁଡ ସେଣ୍ଟରରୁ ୧୨ଟି ଗ୍ୟାସ ସିଲିଣ୍ଡର ଓ ଜୟଦୁର୍ଗା ଭେରାଇଟି ଷ୍ଟୋରରରୁ ୪ ଟି ଗ୍ୟାସ ସିଲିଣ୍ଡରକୁ ଜବତ କରାଯାଇଛି । ସେମାନଙ୍କୁ ନୋଟିସ ପ୍ରଦାନ କରାଯାଇଛି । ସେହିପରି ଖଲ୍ଲିକୋଟ ସହରର ଏମ.ଜି. ହୋଟେଲରୁ ୯ ଟି ଓ ଆପେଲ ରିସୋର୍ଟ ଠାରୁ ୪ ଟି ଘରୋଇ ଗ୍ୟାସ ସିଲିଣ୍ଡର ଜବତ କରାଯାଇଥିବା ଯୋଗାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.

seven + 10 =