pakka

ଖଡଙ୍ଗ ନଦୀ ସେତୁ ଉପରେ ମର୍ମନ୍ତୁଦ ଦୁର୍ଘଟଣା, ୩ ଗୁରୁତର

bbehera

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ଘଣ୍ଟାପଡା ଫାଣ୍ତି ଅଧିନ ଖୁଣ୍ଟିଗୋରା ପଞ୍ଚାୟତର ସିନ୍ଧୁଗୋରା ନିକଟ ଖଡଙ୍ଗ ନଦୀ ସେତୁରେ ବାଇକ ଓ ଟ୍ରାକ୍ଟର ମଧ୍ୟରେ ଧକ୍କା ହେବା ଫଳରେ ମର୍ମନ୍ତୁଦ ଦୂର୍ଘଟଣା ଘଟି ୩ ଗୁରୁତର ଆହତ । ଆହତ ବ୍ୟକ୍ତିଙ୍କୁ ଅଚେତ ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ କଣ୍ଟାମାଳ ଡାକ୍ତଖାନା ନିଆଯାଇଥିବା ଜଣାଯାଇଛି । ଘଟଣା ସ୍ଥଳରେ ଘଣ୍ଟାପଡା ପୁଲିସ ପହଞ୍ଚି ତଦନ୍ତ ଚଲାଇଛି । ସୂଚନାଯୋଗ୍ୟ ଯେ ଲଣ୍ତାଗାଁ ପାର୍ଶ୍ବରୁ ଖୁଣ୍ଟିଗୋରା ଦିଗକୁ ଏକ ଲୁହାଗେଟ ବୋଝେଇ ଟ୍ରାକ୍ଟର ଆସୁଥିବା ବେଳେ ଅପରପାର୍ଶ୍ବରୁ ଏକ ବାଇକ(ଓଡି ୦୩ଟି ୬୫୮୩) ଯୋଗେ ୩ ଜଣ ବ୍ୟକ୍ତି ଖୁଣ୍ଟିଗୋରା ପଟରୁ ଲଣ୍ତାଗାଁ ଦିଗକୁ ଯାଉଥିବା ସମୟରେ ଖଡଙ୍ଗ ନଦୀ ସେତୁ ଉପରେ ଟ୍ରାକ୍ଟରରେ ଥିବା ଲୁହାଗେଟରେ ପିଟି ହୋଇଥିଲେ । ଫଳରେ ବାଇକରେ ବସିଥିବା ୩ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବାଇକ ସହ ଲୁହାଗେଟ ଜବତ କରିବା ସହ ତଦନ୍ତ ଚଲାଇଛି । ଦୂର୍ଘଟଣା ଘଟିବାପରେ ଘଟଣା ସ୍ଥଳରୁ ଟ୍ରାକ୍ଟର ଫେରାର ହୋଇଯାଇଛି । ଆହତବ୍ୟକ୍ତି ମାନେ କନ୍ଧମାଳ ଜିଲ୍ଲା ଜରେଲବନ୍ଧ ଗ୍ରାମର ବନବିହାରୀ ବାଘ(୨୫), ଏବଂ କଲାହାଣ୍ତି ଜିଲ୍ଲା ଗୋଇନ୍ଦାମୁଣ୍ତା ଗ୍ରାମର ଚୈତନ୍ୟ ଭୋଇ(୩୦) ଓ ଅସରୁପ ଭୋଇ(୩୫) ବୋଲି ଜଣାପଡିଛି ।

Leave A Reply

Your email address will not be published.

4 × one =