
ବଲାଙ୍ଗିର, (କେପିଏନ୍ଏସ୍) : ବସ୍ ଧକ୍କାରେ ଯୁବକ ମୃତ । ବଲାଙ୍ଗିର ସହରର ଲାଲଟିକିରା ଡିପ୍ଲୋମା ଛକ ତଥା ଇରିଗେସନ ଅଫିସ ସାମ୍ନାରେ କୃପାମୟୀ ନାମକ ଏକ ଘରୋଇ ବସ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ମୃତ ଯୁବକ ଲାଲଟିକ୍ରାର ଇଶ୍ୱର ମାଝୀ ବୋଲି ଜଣାପଡିଛି । ଖବର ପାଇ ବଲାଙ୍ଗିର ଲକ୍ଷ୍ମୀଯୋର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ଦୋକାନ ବନ୍ଦ କରି ବାଇକ ଯୋଗେ ଘରକୁ ଯାଉଥିବା ବେଳେ ଦ୍ରୁତଗତିରେ ଆସୁଥିବା ବସ୍ଟି ତାଙ୍କୁ ଧକ୍କା ଦେଇଥିଲା, ଯାହା ଫଳରେ ସେ ଗୁରୁତର ହୋଇଯାଇଥିଲେ, ତୁରନ୍ତ ଲୋକେ ତାଙ୍କୁ ଏକ ଅଟୋ ଯୋଗେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆଣି ଭର୍ତ୍ତି କରିଥିଲେ । ଡାକ୍ତର ଚିକିତ୍ସା କରିବା ପରେ ମୃତ ଘୋଷଣା କରିଥିବା ଇଶ୍ୱର କାମ କରୁଥିବା ଦୋକାନ ମାଲିକ କହିଛନ୍ତି ।