ଦୁଇ ବାଇକ ମୁହାଁମୁହିଁ ଧକ୍କା : ଜଣେ ମୃତ, ୩ ଗୁରୁତର

କଂଟାବାଂଜି, (ମନୀଶ କୁମାର ହଂସ) : ତୁରେକେଲା ଥାନା ଅନ୍ତର୍ଗତ ବଡବାଙ୍କି ଗ୍ରାମ ମୁଣ୍ଡରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ମହିଳାଙ୍କ ମୃତ ହୋଇଛି ଓ ଅନ୍ୟ ୩ ଜଣ ଗୁରୁତର ଅବସ୍ଥାରେ କଂଟାବାଂଜି ଓ ତୁରେକେଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ତୁରେକେଲା ଥାନାରୁ ମିଳିଥିବା ସୂଚନା ଅନୁସାରେ ଆଜି ସଂଧ୍ୟା ସାଢେ ସାତଟା ବେଳେ ଦୁଇ ବାଇକ ଆରୋହୀ ମଧ୍ୟରେ ସାମ୍‌ନା ସାମନି ଧକ୍କା ହେବାରୁ ଦୁଇଟି ବାଇକରେ ଦୁଇ ଜଣ ଲେଖାଏଁ ଦୁର୍ଘଟଣାର ଶିକାର ହୋଇଛନ୍ତି । ଗୋଟିଏ ବାଇକର ଜଣେ ମହିଳାଙ୍କ କଂଟାବାଂଜି ଡାକ୍ତରଖାନରେ ଚିକିତ୍ସା ହେବା ମଧ୍ୟରେ ପ୍ରବଳ ରକ୍ତଶ୍ରାବ ବନ୍ଦ ନ ହେବାରୁ ମୃତ୍ୟୁ ଘଟିଛି । ମହିଳା ଜଣକ(୪୫) ହୋଇଥିବା ବେଳେ ତାଙ୍କର ପରିଚୟ ଜଣାପଡି ନାହିଁ । କିନ୍ତୁ ମୁରିବାହାଲ ବ୍ଲକ ଅଂଚଳର ବୋଲି ପ୍ରାଥମିକ ସୂଚନାରୁ ଜଣାପଡୁଛି । ସେହିପରି ଅନ୍ୟ ୩ ଜଣଙ୍କ ମଧ୍ୟରୁ ଜଣେ କଂଟାବାଂଜି ଥାନା ସିମାନିବାହାଲ ଗାଁର ଯଶୋଦା ମାଝି(୧୭)ଙ୍କ ଗୋଡ ଭାଂଗି ଗୁରୁତର ଅବସ୍ଥାରେ କଂଟାବାଂଜି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଅନ୍ୟ ଦୁଇ ବାଇକ ଚାଳକ ତୁରେକେଲା ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ସୂଚନାରୁ ଜଣାପଡିଛି । ତୁରେକେଲା ଥାନା ଆଇ.ଆଇ.ସି. କମଲ କିଶୋର ବେହେରା ଅଧିକ ଅନୁସଂଧାନ କରୁଥିବା ମଧ୍ୟରେ ବାଇକ ଦୁଇଟି ର ନଂ.ଓଡି-୦୩କେ-୧୨୨୪ ଓ ଓଡି୨୬ଇ-୪୩୯୪ ବୋଲି କହିଛନ୍ତି ।

Leave A Reply

Your email address will not be published.