pakka

ଗଞ୍ଜାମରୁ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା

bbehera

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ହୁମ୍ମା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭର ଗୁରୁତର ହୋଇଛନ୍ତି । ଛତ୍ରପୁର ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା କରାଯାଇ ତାଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇଛି । ଗୁରୁତର ଆହତ ବ୍ୟକ୍ତି ଜଣକ ହେଲେ ଛତ୍ରପୁର ସହରାଞ୍ଚଳ ରିକାପଲ୍ଲୀ ସାହି (ପୁରୁଣା ଡାଲଡାମିଲ ରୋଡ଼) ମୋହନ ସ୍ୱାଇଁ (୬୦) ବୋଲି ଜଣାପଡିଛି । ତାଙ୍କର ମୁଣ୍ଡରେ ବଡ଼ ଆଘାତ ଲାଗିଛି । ମୋହନ ଜଣେ ଘରୋଇ ଡ୍ରାଇଭର ଅଟନ୍ତି । ସେ ଏକ ସରକାରୀ ଗାଡ଼ି ଚଲାଇ ଡ୍ୟୁଟି ସାରି ଗାଡ଼ି ଗେରେଜରେ ଥୋଇ ତାଙ୍କର ଏକ ସ୍କୁଟିରେ ଘରକୁ (ଛତ୍ରପୁର) ଫେରୁଥିଲେ । ଏକ ଲୁହା ବୋଝେଇ ଟ୍ରକ ସହ ତାଙ୍କର ଦୁର୍ଘଟଣା ହୋଇଥିଲା ବୋଲି ହୁମ୍ମା ଫାଣ୍ଡି ପକ୍ଷରୁ କୁହାଯାଇଛି ।

jay balangir
Leave A Reply

Your email address will not be published.

fourteen − 1 =

error: Content is protected !!