ଇନୋଭାକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌ : ୨ ଜଣ ମୃତ ,୨୫ରୁ ଅଧିକ ଆହତ

ଅନୁଗୁଳ/ବୌଦ୍ଧ, (ବଂଶୀଧର ମାଝୀ) : ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଗତରାତି ପ୍ରାୟ ୧ଟା ସମୟରେ ଦୁର୍ଘଟଣା ଘଟିଛି ଅନୁଗୁଳ ଜିଲା ଆଠମଲ୍ଲିକ ବ୍ଲକ କିଆକଟା ଥାନା ଅନ୍ତର୍ଗତ ବୌଦ୍ଧ ଛକ ପାଖରେ । ରାସ୍ତା କଡେ ଅଟକିଥିବା ଏକ ଇନୋଭା ଗାଡିକୁ ସମ୍ବଲପୁରରୁ ଭଞ୍ଜନଗର ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ଜୋର୍‌ଦାର୍‌ ଧକ୍କା ଦେଇଛି । ଫଳରେ ଏହି ଦୁର୍ଘଟଣାରେ ଇନୋଭାରୁ ଜଣେ ଓ ବସ ହେଲ୍ପରଙ୍କ ମୃତ୍ୟୁ ହୋଇଥିବାର ପ୍ରାଥମିକ ସୂଚନାରେ କୁହାଯାଇଛି । ୨୫ ଜଣରୁ ଅଧିକ ଲୋକେ ଆହତ ହୋଇଥିବା ଜଣାପଡିଛି । ୧୩ ଜଣ ଆହତଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ମୃତକ ଦୁଇ ଜଣଙ୍କର ପରିଚୟ ମିଳିପାରି ନାହଁ । ଅଗ୍ନିଶମ କର୍ମଚାରୀ ଓ ପୁଲିସ୍‌‌ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ବସ୍‌‌ରୁ ଆହତମାନଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.