om academy

ଗାଡି ସାର୍ଭିସିଂ କରିବାକୁ ଆସି ବିଜାଖମନ ନିକଟସ୍ଥ ବନଦୁର୍ଗା ଢାବା ନିକଟରେ ଦୁର୍ଘଟଣା : ୨ ଗୁରୁତର

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରକୁ ଗାଡି ସାର୍ଭିସିଂ କରିବାକୁ ଆସି ସ୍ଥାନୀୟ ବିଜାଖମନ ନିକଟସ୍ଥ ବନଦୁର୍ଗା ଢାବା ନିକଟରେ ଦୁର୍ଘଟଣା ଘଟି ୨ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ୨ ଜଣ ବ୍ୟକ୍ତି ହେଲେ ତୁଷୁରା ଅଂଚଳର ମନୋଜ ବଗର୍ତ୍ତୀ ଓ ଅମିତ ପାଣ୍ଡେ । ସୂଚନା ଅନୁସାରେ, ମନୋଜ ଓ ଅମିତ ଗାଡି ସାର୍ଭିସିଂ କରିବାକୁ ବଲାଙ୍ଗିରକୁ ଆସୁଥିବା ବେଳେ ବିଜାଖମନ ସ୍ଥିତ ବନଦୁର୍ଗା ଢାବା ନିକଟରେ ଥିବା ଏକ ଟ୍ରକ ପଛପଟେ ଧକ୍କା ଦେଇଥିଲେ । ଫଳରେ ପିସିଆର୍‌ ଖବର ପାଇ ଦୁଇ ଜଣଙ୍କୁ ଉଦ୍ଧାର କରି ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡିଛି ।

Leave A Reply

Your email address will not be published.