csstore

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨ ମୃତ, ୨ ଗୁରୁତର

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର କୁର୍ଲୁ ଘାଟି ଗାଁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ ତେନ୍ତୁଳିଖୁଣ୍ଟି ବ୍ଲକ ଡଦିଗିସଲପା ଗ୍ରାମରେ ଦୋଳ ପୂର୍ଣ୍ଣିମା ଯାତ୍ରା ଦେଖି କୌଣସି କାମ ନେଇ ଆଜି ଭୋରରୁ କାରରେ ଖାତିଗୁଡା ପଟରୁ ନବରଙ୍ଗପୁର ଅଭିମୁଖେ ଯାଉଥିବା ବେଳେ କୁର୍ଲୁଘାଟି ନିକଟରେ ଆମ୍ବ ଗଛକୁ ଗାଡ଼ିଟି ପିଟି ହୋଇଥିଲା, ଯାହା ଫଳରେ ଦୁର୍ଘଟଣାରେ ଗାଡ଼ି ଭିତରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାିଥିବା ଜଣାପଡିଛି । ମୃତକ ୨ ଜଣ ଦିଗିସୋଲପାର ରିତିକ ବିଷୋୟୀ ଓ ଉଦୟପୁରର ପ୍ରଦୀପ ଟାକରି ବୋଲି ଜଣାପଡିଛି । ଆହତମାନେ ଇନ୍ଦ୍ରାବତୀର ସୌମ୍ୟରଞ୍ଜନ ନାୟକ, ଆଉଁଳିଗୁମ୍ମାର ଶ୍ରୀପତି କର୍କରା ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ନବରଙ୍ଗପୁର ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

jayashree
Leave A Reply

Your email address will not be published.