ହାତୀସରା ୧୬ତମ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ହାତୀସରା ଗାଁରେ ଚଳିତ ବର୍ଷ ୧୬ତମ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୂଜା ପରିଚାଳନା ପାଇଁ କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିଲା । ଏହି କମିଟିର ସଭାପତି ଭାବେ ପରମେଶ୍ୱର ନନ୍ଦ, ଉପ ସଭାପତି ପ୍ରକାଶ ସୁନା, ସମ୍ପାଦକ ସୁଦାମ ନାଗ, ଉପ ସମ୍ପାଦକ ଧରଣୀଧର ବାରିକ, କୋଷାଧ୍ୟକ୍ଷ ପିତାମ୍ବର ବାଗ ଏବଂ ଉପଦେଷ୍ଟା ଭାବେ ପାହାନ୍ତ ସୁନା ମନୋନୀତ କରାଯାଇଥିଲା । ଚଳିତ ବର୍ଷ ପୂଜାକୁ ଶାନ୍ତିଶୃଙ୍ଖଳା ସହ ଧୁମଧାମରେ ପାଳନ କରାଯିବାକୁ ନେଇ ବୈଠକରେ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.