ଡ୍ରେନ ସଫା କଲାନି ପ୍ରଶାସନ : ନିଜ ଖର୍ଚ୍ଚରେ ଡ୍ରେନ ସଫା କଲେ ଗ୍ରାମବାସୀ

ସଇଁତଲା,(ଅଜିତ କୁମାର ସାହୁ) : ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳରେ ସ୍ୱଚ୍ଛତା ଓ ସୁନ୍ଦର ପରିବେଶ ଆଣିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରୁଥିବା କହୁଛନ୍ତି ହେଲେ ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଳକ ଭନ୍ଦ୍ରା ପଞ୍ଚାୟତ ବରଗାଁ ଜାତୀୟ ରାଜପଥ-୨୬ରେ କୁଢ଼ କୁଢ଼ ଆବର୍ଜନା ରହି ଡ୍ରେନ ପୋତି ହୋଇଥିଲା । ତେବେ ସ୍ଥାନୀୟ ପ୍ରଶାସନ ନଜର ପଡୁଥିଲେ ମଧ୍ୟ ଚୁପ ରହୁଥିବା ନେଇ ନିଜ ଖର୍ଚ୍ଚ ରୁ ଡ୍ରେନ ସଫା କରିଛନ୍ତି ନାଥ ବୁଡା ଯୁବକ ସଂଘ ଓ ଗ୍ରାମବାସୀ ମାନେ।ଏହି ରାସ୍ତା ଦେଇ ମନ୍ତ୍ରୀ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ସମେତ ହଜାର ହଜାର ଲୋକ ଯାତାୟାତ ପ୍ରତେକ ଦିନ କରି ଥାଆନ୍ତି ହେଲେ କାହାର ନଜର ପଡି ନ ଥିବା ବେଳେ ଗ୍ରାମବାସୀ ଙ୍କ ମଧ୍ୟ ରେ ଅସନ୍ତୋଷ ପ୍ରକାଶ ପାଇଛି।ଏବେ ବର୍ଷା ଦିନ ହୋଇ ଥିବା ବେଳେ ଗ୍ରାମରେ ପାଣି ଜମି ରହୁଥିବା ବେଳେ ପାଣି ନିଷ୍କାସନ ପାଇଁ ରାସ୍ତା ନ ଥିଲା ତେଣୁ ବାଧ୍ୟ ହୋଇ ଡ୍ରେନକୁ ଜେସିବି,ଟ୍ରାକ୍ଟର ଓ ନିଜ ଉଦ୍ୟମରେ ସଫା କରିଛନ୍ତି।ଅନ୍ୟ ପକ୍ଷରେ ପ୍ରତେକ ବର୍ଷ ଗାଁ କଲ୍ୟାଣ ସମିତି କୁ ୧୦ହଜାର ଟଙ୍କା ଲେଖାଏଁ ଆସିଥାଏ ଗାଁ ସଫା କରିବା ପାଇଁ ହେଲେ ସେଇ ସବୁ ଟଙ୍କା ଯାଉଛି କୁଆଡେ ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି।ଏଥିରେ ନାଥ ବୁଡା ଯୁବକ ସଂଘର ସଭାପତି ଝୁନୁ କୁମ୍ଭାର, ସମ୍ପାଦକ ହେମରାଜ ଭୋଇ,କୋଷାଧକ୍ଷ ଚିନ୍ତା ମଣୀ ଭୋଇ,ଉମା କାନ୍ତ ପରା ଭୋଇ,ଜୟପାଳ କୁମ୍ଭାର, ବିଜୁ କୁମ୍ଭାର, ଅଗ୍ନି ପଥୀ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିବା ବେଳେ ଅଶୋକ, ଚିତ୍ତରଂଜନ, ଜିତେନ, ଉମାକାନ୍ତ, ହିମାଂଶୁ, ଟୁଲୁ, ଶଶୀ, କ୍ଷୀରସିନ୍ଧୁ, ଟୁକୁନ, ଲୁକୁନ, ପୃଥି, ବାବୁଲାଲ, ପବିତ୍ର, ଦେବେନ୍ଦ୍ର, ଚକା, ରାଜକିଶୋର, ପ୍ରଦୀପ, ନିରନ, ବିମଲ ଓ ସଞ୍ଜୀବ ଭୋଇ ପ୍ରମୁଖ ସହଯୋଗ କରିଥିଲେ। ତେବେ ଏଭଳି ଏକ ଯୁବ ଗୋଷ୍ଠୀଙ୍କ ଉଦ୍ୟମକୁ ନେଇ ବେଶ ପ୍ରଶଂସା କରିଛନ୍ତି ସଇଁତଲା ସାମ୍ବାଦିକ ସଂଘ ସଭାପତି ଦେବେନ୍ଦ୍ର ଯୋଶୀ ।

Leave A Reply

Your email address will not be published.