csstore

ଲାଠିକଟା ଜଗନ୍ନାଥ ମନ୍ଦିରରେ ଦୋଳ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସ୍ଥିତ ଲାଠିକଟା ଜଗନ୍ନାଥ ମନ୍ଦିର ପକ୍ଷରୁ ରାଧାକୃଷ୍ଣଙ୍କ ଦୋଳ ଉତ୍ସବ ଆଜିଠାରୁ ଆରମ୍ଭ ହୋଇଯାଇଛି । ଆଜି ସନ୍ଧ୍ୟାରେ ମନ୍ଦିରରେ ମଙ୍ଗଳ ଆଳତୀ ସମାପ୍ତ ହେଲାପରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ରାଧାକୃଷ୍ଣ ନଗର ଭ୍ରମଣ କରିଥିବା ବେଳେ ଭକ୍ତଙ୍କ ଘରକୁ ଘର ଯାଇ ହୋଲି ଖେଳିଥିଲେ । ସର୍ବପ୍ରଥମେ ରାଧାକୃଷ୍ଣ ଠାକୁର ରାଜା ତ୍ରିଲୋକନାଥ ସିଂଙ୍କ ଘରକୁ ଯାଇଥିବା ବେଳେ ସେଠାରେ ରାଧାକୃଷ୍ଣଙ୍କୁ ଶଙ୍ଖ ଘଣ୍ଟ କୀର୍ତ୍ତନର ତାଳେ ତାଳେ ସ୍ୱାଗତ କରାଯାଇଥିଲା । ତାପରେ ଷୋଡଶ ଉପଚାରରେ ପୂଜାର୍ଚନା କରାଯାଇଥିଲା । ଏହି ଅବସରରେ ଠାକୁର ରାଜା ତ୍ରିଲୋକନାଥଙ୍କ ଧର୍ମପତ୍ନୀ ଜ୍ୟୋସ୍ନା ସିଂ, ପୁଅ ନବକୁମାର ସିଂ, ବୋହୁ ଆରତୀ ସିଂ ଏବଂ ନାତୁଣୀ ଦୀପ୍ତିପ୍ରଭା ସିଂ ଉପସ୍ଥିତ ଥିଲେ । ତାପରେ ରାଧାକୃଷ୍ଣ ତଳ ଲାଠିକଟା, ଜଗନ୍ନାଥ କଲୋନୀ, ସାଇ ମନ୍ଦିର କଲୋନୀ ଆଦି ନଗରକୁ ଭ୍ରମଣକରି ଭକ୍ତଙ୍କ ସହ ହୋଲି ଖେଳିଥିଲେ । ମନ୍ଦିରର ଟ୍ରଷ୍ଟି ତଥା ମୁଖ୍ୟ ପୂଜକ ଗଗନ ବିହାରୀ ଶତପଥିଙ୍କ ନେତୃତ୍ୱରେ ଏହି ଦୋଳ ଉତ୍ସବ ଅନୁଷ୍ଠିତ ହେଉଥିବା ବେଳେ ସହ ପୂଜକ ଦିଲୀପ କର, ମନ୍ଦିର କମିଟିର ଭୋଳେଶ୍ୱର ସାହୁ, ଦିବାକର କର, ମହେନ୍ଦ୍ର ପ୍ରସାଦ ବେହେରା, ରାମନାଥ ପଶାୟତ, ମୁନ୍ନା ପ୍ରସାଦ ସାହୁ, ହେମନ୍ତ ସାହୁ, ଉଦୟ ଜାନୀ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.