jsm

ଆସନ୍ତାକାଲି ଠାରୁ ଦିନ ୨ଟା ପରେ ସମ୍ବଲପୁରରେ ବି ସମସ୍ତ ଦୋକାନ ବନ୍ଦ

csstore

ସମ୍ବଲପୁର, (କେପିଏନ୍‌ଏସ୍‌) : ଆଜି ଜିଲା ପ୍ରଶାସନ ଦ୍ୱାରା ଆୟୋଜିତ ଏକ ବୈଠକରେ ସମ୍ବଲପୁର ଶିଳ୍ପ ଓ ବଣିକ ସଂଘର ସଦସ୍ୟମାନେ ଯୋଗ ଦେଇ ସମ୍ବଲପୁରର କରୋନା ସ୍ଥିତି ବିଷୟରେ ଆଲୋଚନା କରିଛନ୍ତି । ଏହି ମହାମାରୀ ସ୍ଥିତି ସହ କିପରି ମୁକାବିଲା କରାଯାଇ ପାରିବ ସେନେଇ ବୈଠକରେ ଆଲୋଚନା କରାଯାଇଛି। ବିଚାର ବିମର୍ଷ ପରେ ନିଷ୍ପତ୍ତି ନିଆଯାଇଛି ଯେ, ସମ୍ବଲପୁର ସହରାଞ୍ଚଳର ସମସ୍ତ ଦୋକାନ ସକାଳ ୭ଟାରେ ଖୋଲି ଦିନ ୨ଟାରେ ବନ୍ଦ କରାଯିବ। ସମ୍ବଲପୁର ଶିଳ୍ପ ଓ ବଣିକ ସଂଘ ପ୍ରଶାସନର ଏହି ନିଷ୍ପତ୍ତିକୁ ସମର୍ଥନ କରିଛି । କରୋନା ଶୃଙ୍ଖଳ ଭାଙ୍ଗିବା ପାଇଁ ସମ୍ବଲପୁରରେ ଆସନ୍ତାକାଲିଠାରୁ ଦିନ ୨ଟା ପରେ ସମସ୍ତ ଦୋକାନ ବନ୍ଦ ରହିବ ବୋଲି ସୂଚନା ମିଳିଛି ।

yuvodaya
Leave A Reply

Your email address will not be published.