csstore

ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ବିଜୁ ମହିଳା ସଂଗଠନ ପକ୍ଷରୁ ଦୀପଦାନ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଥିବା ମା’ ଦ୍ୱାରସେନିଙ୍କ ମନ୍ଦିର ଠାରେ ଆଜି ସନ୍ଧ୍ୟାରେ ବଙ୍ଗୋମୁଣ୍ଡା ବ୍ଲକ ବିଜୁ ମହିଳା ସଂଗଠନ ପକ୍ଷରୁ ଦୀର୍ଘାୟୁ ପାଇଁ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ଶତାଧିକ ମହିଳାମାନେ ସାମିଲ ହୋଇଥିଲେ । ବିଜୁ ମହିଳା ସଂଗଠନ ସୁଚିତ୍ରା ମିଶ୍ର, ମମତା ଦାସ ଯାଦବ, କିରଣ ଭୋଇ ପ୍ରମୁଖ ସହଯୋଗ କରିଥିଲେ । ସେହିପରି ବଙ୍ଗୋମୁଣ୍ଡା ବ୍ଲକ କସ୍ତୁରବା ଗାନ୍ଧୀ ବିଦ୍ୟାଳୟ ଠାରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଛାତ୍ରୀମାନଙ୍କୁ ପୁସ୍ତକ, ଖାତା ଓ କଲମ ବଣ୍ଟନ କରାଯାଇଛି ।

jayashree
Leave A Reply

Your email address will not be published.