ସାଇବର କ୍ରାଇମ ରୋକିବା ନିମନ୍ତେ ଜନସଚେତନତା : ଡ଼ିଜିଟାଲ ପରଦାରେ ଭିଡ଼ିଓ ପ୍ରଦର୍ଶନୀ ଏବଂ ଏକାଙ୍କିକା ନାଟକ ପରିବେଷିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ ) : ଗଞ୍ଜାମ ପୋଲିସ ଜିଲ୍ଲାର ମୁଖ୍ୟାଳୟ ଛତ୍ରପୁରଠାରେ ବିଦ୍ୟାର୍ଥୀଙ୍କୁ ନେଇ ସାଇବର କ୍ରାଇମ ଅପରାଧ ନିରୋଧ ସମ୍ପର୍କିତ ସଚେତନତାର ଶେଷ ରାଲି ବାହାରିଥିଲା । ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ସାଇବର କ୍ରାଇମ ରୋକିବା ନିମନ୍ତେ ସଚେତନତା ରାଲିର ଶେଷ ରଜନୀରେ ବିରାଟ ଶୋଭାଯାତ୍ରା ମାଧ୍ୟମରେ ଛତ୍ରପୁର ଲୱେର ବସଷ୍ଟାଣ୍ଡ ଠାରୁ ମିନି-ଷ୍ଟାଡିୟମ ପର୍ଯ୍ୟନ୍ତ ବାହାରି ରାଲିର ପରିସମାପ୍ତି ହୋଇଥିଲା । ମିନି-ଷ୍ଟାଡିୟମରେ ଶନିବାର ସନ୍ଧ୍ୟାର ଶେଷ ରଜନୀରେ ସମ୍ମିଳିତ ଏହି କାର୍ଯ୍ୟକ୍ରମରେ ଡ଼ିଜିଟାଲ ପ୍ରୋଜେକ୍ଟର ମାଧ୍ୟମରେ ଭିଡ଼ିଓ ପ୍ରଦର୍ଶନୀ ଏବଂ ଏକାଙ୍କିକା ନାଟକ ପରିବେଷିତ ହୋଇଥିଲା । ଯାହାକି ମୋବାଇଲ ଓ ଇଣ୍ଟେରନେଟ୍ ଯୋଗେ ହେଉଥିବା ସାଇବର କ୍ରାଇମର ପରିଣାମ ଓ ଏହାକୁ ରୋକାଯିବା ନିମନ୍ତେ ସଚେତନତାର ବାର୍ତ୍ତା ଦିଆଯାଇ ଏହା ଯେପରି ଜନସମାଜକୁ ପ୍ରଚାରିତ ହେବ ସେ ସମ୍ପର୍କରେ ବିଦ୍ୟାର୍ଥୀ ଓ ଉପସ୍ଥିତ ବୁଦ୍ଧିଜୀବୀଙ୍କୁ ଅବଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଏସପି ଜଗମୋହନ ମୀନା ଅଧ୍ୟକ୍ଷତା କରିଥିଲେ । ସାଇବର କ୍ରାଇମ ବିଭାଗର ନୋଡ଼ାଲ ଅଫିସର ରଞ୍ଜିତ କୁମାର ପୃଷ୍ଟି ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିବାବେଳେ ବରିଷ୍ଠ ପୋଲିସ ଅଧିକାରୀ ମାନସରଞ୍ଜନ ମହାନ୍ତି, ଛତ୍ରପୁର ଥାନାଧିକାରୀ ନିରୋଦ କୁମାର ଦାସ ପ୍ରମୁଖ ବହୁ ପୋଲିସ ଅଧିକାରୀ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ । ଛତ୍ରପୁରର ବରିଷ୍ଠ ନାଗରିକ, ରୋଟାରୀୟାନ ସଦସ୍ୟଗଣ ପ୍ରମୁଖ ଯୋଗଦାନ କରିଥିଲେ ।

Leave A Reply

Your email address will not be published.

2 × one =