pakka

ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ନିଯୁକ୍ତି ମେଳା ଅନୁଷ୍ଠିତ

bbehera

ବିଭିନ୍ନ ସଂସ୍ଥାରେ ୧୪୫ ଜଣ ଦିବ୍ୟାଙ୍ଗଙ୍କୁ ମିଳିଲା ନିଯୁକ୍ତି

ଭୁବନେଶ୍ୱର, (ପିଆଇବି) : ଦିବ୍ୟାଙ୍ଗମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ନିଯୁକ୍ତି ମେଳା ଭୁବନେଶ୍ୱରଠାରେ ଆୟୋଜିତ ହୋଇଯାଇଛି । ଦିବ୍ୟାଙ୍ଗଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ର (ଏନସିଏସସିଡିଏ), ଭୁବନେଶ୍ୱର, ଭାରତ ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଏବଂ ଭୁବନେଶ୍ୱରସ୍ଥିତ ଡକ୍ଟର ରେଡ୍ଡିଜ୍ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଏହି ନିଯୁକ୍ତି ମେଳା ଆୟୋଜନ କରାଯାଇଥିଲା । ଖଣ୍ଡଗିରି ଗଣ୍ଡମୁଣ୍ଡାସ୍ଥିତ ଏନସିଏସସିଡିଏର କାର୍ୟ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ନିଯୁକ୍ତି ମେଳାରେ ରିଲାଏନ୍ସ ସିକ୍ୟୁରିଟିଜ୍ ଲିମିଟେଡ, ଲେମନ୍ ଟ୍ରି ହୋଟେଲ୍ସ, ବିପିଓ କନଭର୍ଜେନ୍ସ, ପାରାମିଟର ସଫ୍ଟୱେର ପ୍ରାଇଭେଟ୍ ଲିମିଟେଡ୍, ତତ୍ତ୍ବ ଟେକ୍ନୋଲୋଜି ଲିମିଟେଡ୍ ଆଦି ୧୩ଟି କମ୍ପାନୀ ଅଂଶଗ୍ରହଣ କରିଥିଲେ । ନିଯୁକ୍ତି ମେଳାରେ ବାକ୍ଶକ୍ତି ଓ ଶ୍ରବଣଶକ୍ତି ବାଧିତ, ଚାଲିବାକୁ ଅକ୍ଷମ ଦିବ୍ୟାଙ୍ଗମାନେ ସାକ୍ଷାତକାର ଦେଇଥିଲେ । ଶିବିରରେ ୧୮ରୁ ୩୫ ବର୍ଷ ବୟସ୍କ ମୋଟ୍୧୬୮ ଜଣ ଦିବ୍ୟାଙ୍ଗ ପ୍ରାର୍ଥୀ ଅଂଶଗ୍ରହଣ କରିଥିବା ବେଳେ ୧୪୫ ଜଣ ପ୍ରାର୍ଥୀଙ୍କୁ ବିଭିନ୍ନ କମ୍ପାନୀରେ ନିଯୁକ୍ତି ପାଇଁ ଚୟନ କରାଯାଇଥିଲା । ଏହି ନିଯୁକ୍ତି ମେଳାରେ ରାଜ୍ୟ ଦିବ୍ୟାଙ୍ଗ ଆୟୁକ୍ତ ଶ୍ରୀମତୀ ସୁଲୋଚନା ଦାସ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଏପରି ନିଯୁକ୍ତି ମେଳା ବର୍ତ୍ତମାନ ସମୟର ଆବଶ୍ୟକତା ଏବଂ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଏଭଳି ଶିବିର ଆୟୋଜନ କରାଯିବା ଉଚିତ୍ । ଭୁବନେଶ୍ୱର ଏନସିଏସସିଡିଏର ଅତିରିକ୍ତ ନିର୍ଦ୍ଦେଶକ (ନିଯୁକ୍ତି) ସୁଜିତ କୁମାର ସାହୁ, ମନସ୍ତତ୍ତ୍ବବିତ୍ ଶ୍ରୀମତୀ ସୋନାଲିକା ସୁମନଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଭୁବନେଶ୍ୱରସ୍ଥିତ ଡକ୍ଟର ରେଡିଜ୍ ଫାଉଣ୍ଡେସନର ଅମିତ କୁମାର ଦାଶ, ଖୋର୍ଦ୍ଧା ଜିଲ୍ଲା ନେହରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ବିପିନ କୁମାରଙ୍କ ସମେତ ସ୍ଵେଚ୍ଛାସେବୀମାନେ ଆବଶ୍ୟକ ସହାୟତା ଯୋଗାଇ ଦେଇଥିଲେ । ଶେଷରେ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସାହୁ ଶିବିରରେ ଯୋଗ ଦେଇଥିବା ସମସ୍ତ ନିଯୁକ୍ତିଦାତାମାନଙ୍କୁ ପ୍ରମାଣପତ୍ର ବାଣ୍ଟିଥିଲେ ଏବଂ ଶିବିରରେ ଅଂଶଗ୍ରହଣ କରିବା ଲାଗି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

jay balangir
Leave A Reply

Your email address will not be published.

3 + 3 =

error: Content is protected !!