jayashree

ସରକାରୀ ଆୟୁର୍ବେଦ ଚିକିତ୍ସାଳୟର ଆୟୁର୍ବେଦ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ତରଫରୁ ମିଠାପାଲି କ୍ଲବରେ ବୁଧବାର ଆୟୁର୍ବେଦ ଦିବସ ପାଳନ ସହ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ମିଠାପାଲି ସରପଞ୍ଚ ସୁବାସିନୀସେଠ, ମୁଖ୍ୟ ବକ୍ତା ଭାବେ ସାମାଜିକ କର୍ମୀ ବଡ ଶତପଥୀ, ସମ୍ମାନିତ ଅତିଥି ଭାବେ ଡାକ୍ତର ମାନଭଂଜନ ପଣ୍ଡା, ସାମ୍ବାଦିକ କୁଞ୍ଜ ସାହୁ ଯୋଗଦେଇ ଫିତା କାଟି ଶୁଭ ଉଦ୍‌ଘାଟନ କରିଥିଲେ । ଚିକିତ୍ସାଳୟର ଉପଅଧିକ୍ଷକ ଡାକ୍ତର ମୁରଲୀଧର ବାଗ ସଭାପତିତ୍ୱ ସହ ସଭା ପରିଚାଳନା କରିଥିଲେ । ସଭାରେ ଅତିଥିମାନେ ନିଜ ନିଜ ଅଭିଭାଷଣରେ ପାଇକମାଲରେ ଆୟୁର୍ବେଦ ଚିକିତ୍ସାଳୟ ଆରମ୍ଭ ହେବା ଦିନରୁ ଅଂଚଳବାସୀ ଆୟୁର୍ବେଦ ଚିକିତ୍ସା ପାଇବା ସହ ମାଗଣା ଔଷଧ ପାଉଛନ୍ତି ବୋଲି କହିଥିଲେ । ପ୍ରାୟ ୩୦୦ ଜଣଙ୍କୁ ପରୀକ୍ଷା କରି ସେମାନଙ୍କୁ ଔଷଧ ବଣ୍ଟନ କରାଯାଇଥିଲା । ଏଥିରେ ଡାକ୍ତର ମାନଭଞ୍ଜନ ପଣ୍ଡା, ଡାକ୍ତର ଶ୍ରୀକାନ୍ତ ନାଗ, ଡାକ୍ତର ସ୍ଵାଗତିକା ପ୍ରଧାନ, ଡାକ୍ତର ଲେବିୟ ସାଗର ରୋଗୀ ମାନଙ୍କୁ ପରୀକ୍ଷା କରି ଔଷଧ ପ୍ରଦାନ କରିଥିଲେ । ସୁରଜ ପଣ୍ଡା, ସଞ୍ଜୟ ସାମଲ, ସରୋଜ ମିର୍ଦ୍ଧା, ସୁନୀଲ କୁମାର, ବିକାଶ କୁମ୍ଭାର ପ୍ରମୁଖ ଔଷଧ ବଣ୍ଟନରେ ତଥା ଅନ୍ୟ କାମରେ ସହଯୋଗ କରିଥିଲେ । ଏଥିସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା । ସ୍ୱାସ୍ଥ୍ୟ ଶିବିର ବହୁତ ସୁନ୍ଦର ଭାବରେ ସମାପ୍ତ ହୋଇଥିବାରୁ ଶେଷରେ ଉପ ଅଧକ୍ଷକ ଡା. ମୁରଲୀଧର ବାଗ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.