
ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ କଲୋନୀ ସ୍ଥିତ ଡି.ଏ.ଭି ପବ୍ଲିକ ସ୍କୁଲ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ଅତ୍ୟନ୍ତ ସୁନ୍ଦର ଭାବରେ ପାଳିତ ହୋଇଯାଇଅଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ୱ ତୁଳାଉଥିବା ବିଜୟ କୁମାର ମିଶ୍ରଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଏଲ୍.ଏମ୍.ସି ମେମ୍ବର ଶ୍ରୀ ଯୋଶୀ ଯୋଗ ଦେଇଥିଲେ । ଦୁଇଜଣ ଯୋଗ ପ୍ରଶିକ୍ଷକଙ୍କ ସହଯୋଗରେ ସୁନ୍ଦର ସୁସ୍ଥ ସ୍ୱାସ୍ଥ୍ୟର କାମନା ରଖି ବିଦ୍ୟାଳୟର ସମସ୍ତ ଶିକ୍ଷକ ତଥା ଶିକ୍ଷୟିତ୍ରୀମାନେ ବିଭିନ୍ନ ଯୋଗ ମାନ କରିଥିଲେ । ବିଦ୍ୟାଳୟର ଖେଳ ଶିକ୍ଷକ ଦୁଷ୍ମନ୍ତ ବେହେରା ଏବଂ ଖେଳ ଶିକ୍ଷୟିତ୍ରୀ ଶ୍ରୀମତୀ ମିନତୀ ପାତ୍ର ତଥା ବରିଷ୍ଠ ଶିକ୍ଷକ ପ୍ରବୀର କୁମାର ମିଶ୍ର ଏବଂ ମନୋରଞ୍ଜନ ସ୍ୱାଇଁଙ୍କ ଭୂମିକା ସ୍ୱାଗତ ଯୋଗ୍ୟ ଥିଲା । ସମ୍ପୂର୍ଣ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ବିଶ୍ୱନାଥ ଥାନାପତି ।